Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଭାରତରେ କୋଭିଡ-୧୯ ଚିକିତ୍ସା ଲାଗି ଗ୍ଲେନମାର୍କ ଫାର୍ମା ଉପଲବ୍ଧ କଲେ ଔଷଧ, ମିଳିଛି DCGIଙ୍କ ମଞ୍ଜୁରି

20/06/2020 at 2:52 PM

ମୁମ୍ବାଇ୨୦।୬: ଦେଶରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀର ଚିକିତ୍ସା ଲାଗି ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ଔଷଧ ଉପଲବ୍ଧ କରିଛନ୍ତି। ଆଣ୍ଟିଭାଇରାଲ ଔଷଧ ଫେବିପିରାବିରକୁ  ଫେବିଫ୍ଲୁ ବ୍ରାଣ୍ଡ ନେମ୍‌ରେ ଭାରତରେ ଲଞ୍ଚ କରାଯାଇଛି।  ମାମୁଲୀରୁ ହାରାହାରି ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଏହି ଔଷଧ ବ୍ୟବହାର କରାଯାଇପାରିବ। ମୁମ୍ବାଇସ୍ଥିତ ଫାର୍ମା କମ୍ପାନୀଙ୍କୁ ଡ୍ରଗକଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଭାରତରେ ଔଷଧ ପ୍ରସ୍ତୁତି ଓ ବିତରଣ ଲାଗି ଅନୁମତି ପ୍ରଦାନ କରିଛନ୍ତି।

କମ୍ପାନୀ ଏକ ବୟାନରେ କୋଭିଡ-୧୯ ଉପଚାର ଲାଗି ଫେବିଫ୍ଲୁ ଓରାଲ ଫେବିପିରାବିର ଏକ ସ୍ୱୀକୃତ ଔଷଧ ବୋଲି କହିଛନ୍ତି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲସର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଗ୍ଲେନ୍ ସଲଧାନା ଏଥିଲାଗି ଡିସିଜିଆଇଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଏପରି ଏକ ସମୟରେ କମ୍ପାନୀକୁ ଔଷଧ ଲାଗି ମଞ୍ଜୁରି ମିଳିଛି ଯେତେବେଳେ ଦେଶରେ କରୋନା ଦ୍ରୁତ ସଂକ୍ରମଣ ହେଉଛି ବୋଲି କହିଛନ୍ତି। ଏଣୁ ହେଲଥ୍ କେୟାର ସିଷ୍ଟମ ଉପରେ ଚାପ ବୃଦ୍ଧି ପାଇଛି ।

ତେବେ ଫେବିଫ୍ଲୁର ଉପଲବ୍ଧତା ଦେଶ କରୋନା ମୁକାବିଲାରେ ନିଶ୍ଚିତ ସଫଳ ହେବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି।  ଫେବିଫ୍ଲୁ  କୋଭିଡ-୧୯ର ପ୍ରଭାବୀ ଉପଚାର କରିପାରିବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଥିବା ବେଳେ ଭାରତରେ କରୋନା ସଂକ୍ରମିତଙ୍କୁ ଅତି ଆବଶ୍ୟକତାରେ ଓ ସଠିକ ସମୟରେ ଚିକିତ୍ସାର ବିକଳ୍ପ ହୋଇ ପାରିବ ବୋଲି କୁହାଯାଇଛି।

   Related Posts