Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଶସ୍ତା ହେଲା କରୋନା ଔଷଧ : ୨୭ ପ୍ରତିଶତ ଦାମ୍ କମ୍ କଲା କମ୍ପାନୀ, ଗୋଟିଏ ଟ୍ୟାବଲେଟ୍‌ ର ଦାମ୍ ୭୫ ଟଙ୍କା

13/07/2020 at 6:03 PM

ନୂଆଦିଲ୍ଲୀ ୧୩/୦୭ : କରୋନା ପ୍ରକୋପ ବଢ଼ିବାରେ ଲାଗିଥିବାବେଳେ ସାରା ଦୁନିଆରେ ମହାମାରୀ ଚିକିତ୍ସା ପାଇଁ ଔଷଧ ଖୋଜାଚାଲିଛି | ଏହାପରେ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧର ମୂଲ୍ୟ ବହୁତ ଅଧିକ ରଖାଯାଇଥିଲା | ଫଳରେ କରୋନା ପୀଡିତଙ୍କ ପାଇଁ ଆହୁରି ସଙ୍କଟ ବଢିଗଲା | ପ୍ରଥମରେ ସ୍ୱାସ୍ଥ୍ୟ ଏବଂ ଦ୍ୱିତୀୟରେ ଆର୍ଥିକ ସମସ୍ୟା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଗଲା | ଏତିକିବେଳେ ଗ୍ଲେନମାର୍କ କମ୍ପାନୀ ଗତ ମାସରେ କୋଭିଡ-୧୯ ଔଷଧ ଫାବୀଫ୍ଲୁ (FabiFlu) ର ମୂଲ୍ୟ ୨୭ ପ୍ରତିଶତ କମ କରିଛି | କମ୍ପାନୀ ଯେତେବେଳେ ବଜାରରେ ଏହି ଔଷଧ ଆଣିଥିଲା ସେତେବେଳେ ଏହାର ଗୋଟିଏ ଟ୍ୟାବଲେଟର ଦାମ ଥିଲା ୧୦୩ ଟଙ୍କା | ବର୍ତ୍ତମାନ ଗୋଟିଏ ଟ୍ୟାବଲେଟର ଦାମ ୭୫ ଟଙ୍କା ହୋଇଛି | ଗ୍ଲେନମାର୍କ ଘୋଷଣା କରିଛି ଯେ ସେ କରୋନା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଫାବୀଫ୍ଲୁ ଔଷଧ ଦାମ ୨୭ ପ୍ରତିଶତ କମ କରିଛି | ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଏହି ଔଷଧ ବ୍ୟବହାର କରାଯାଉଛି | କମ୍ପାନୀ କହିଛି ଯେ ଅଧିକ ଉତ୍ପାଦ ଯୋଗୁଁ ଦାମ କମ କରିବା ସମ୍ଭବ ହୋଇଛି |

ଗ୍ଲେନମାର୍କ ଫାର୍ମାର ସିନିୟର ଭାଇସ ପ୍ରେସିଡେଣ୍ଟ ଆଣ୍ଡ ଇଣ୍ଡିଆ ବିଜନେସ ହେଡ଼ ଆଲୋକ ମଲିକ କହିଛନ୍ତି ଯେ, ଇଣ୍ଟରନାଲ ରିସର୍ଚ୍ଚରେ ସ୍ପଷ୍ଟ ହୋଇଛି ଯେ କମ୍ପାନୀ ଭାରତୀୟ ବଜାରରେ ଫାବୀଫ୍ଲୁ ନାମକ ସବୁଠାରୁ ଶସ୍ତା ଔଷଧ ଆଣିଛି | ଅନ୍ୟ ଦେଶମାନଙ୍କରେ Favipiravir ନାମକ ଔଷଧ ଯାହା କରୋନା ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି ତାହା ବହୁତ ମହଙ୍ଗା ରହିଛି | ଦାମ ହ୍ରାସ ପାଇବା ପରେ ଭାରତରେ Fabiflu ଔଷଧ ସମସ୍ତ କରୋନା ରୋଗୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି | କମ୍ପାନୀ ୧୦୦୦ ରୋଗୀଙ୍କ ଉପରେ ରିସର୍ଚ୍ଚ କରିଥିଲା | ଏମାନଙ୍କୁ ଚିକିତ୍ସା ସମୟରେ Fabiflu ଔଷଧ ଦିଆଯାଇଥିଲା |

ଜୁନ ୨୦ ତାରିଖରେ ଗ୍ଲେନମାର୍କକୁ ଭାରତୀୟ ଔଷଧ ନିୟାମକ Fabiflu ଉତ୍ପାଦନ ଓ ମାର୍କେଟିଙ୍ଗ ପାଇଁ ଅନୁମତି ଦେଇଥିଲା | ଏହାପରେ ସେ କମ୍ପାନୀ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଏହି ଔଷଧର ଉତ୍ପାଦନ ଆରମ୍ଭ କରିଥିଲା | ଗ୍ଲେନମାର୍କ ଭାରତରେ କରୋନା ରୋଗୀଙ୍କ ଉପରେ Favipiravir (FabiFlu) ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପୁରା କରିଛି | ଏହାର ଫଳାଫଳ ଖୁବ ଶୀଘ୍ର ସାର୍ବଜନିକ କରାଯିବ ବୋଲି କମ୍ପାନୀ କହିଛି |

   Related Posts