ଜେବିବିଏସ କାଚ କାରଖାନାରେ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଶବ ରଖି ପରିବାର ଲୋକଙ୍କ ଧାରଣା

Published By : Prameya-News7 Bureau | November 06, 2020 IST

ସଲେପୁର/ଚୌଦ୍ବାର ୬।୧୧: ଜଗତପୁର ନୂତନ ଶିଳ୍ପାଞ୍ଚଳ ସ୍ଥିତ ଜେବିବିଏସ କାଚ କମ୍ପାନୀରେ ଅଘଟଣ । ଗୁରୁବାର ବିଳମ୍ବିତ ରାତିରେ ରବୀନ୍ଦ୍ର ମହାନ୍ତି ନାମକ ଶ୍ରମିକ ଟ୍ରକରୁ ଗ୍ଲାସ୍ ପେଟି ଅନଲୋଡ଼ କରୁଥିବା ବେଳେ ଗ୍ଲାସ ପେଟି ପଡି ଚାପି ହୋଇଯାଇଥିଲା । ଫଳରେ ସେ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସଂଗେ ସଂଗେ କାର୍ଯ୍ୟରତ ଅନ୍ୟ ଶ୍ରମିକମାନେ ତାଙ୍କୁ କଟକ ବଡ ମେଡିକାଲକୁ ନେଇଯାଇଥିଲେ । ସେଠାରେ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବିଳମ୍ବିତ ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କଟକ ବଡ ମେଡିକାଲରେ ସବ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ସମୟରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ କମ୍ପାନୀ ସମ୍ମୁଖରେ ଶବ ରଖି କ୍ଷତିପୂରଣ ପାଇଁ ଅଡି ବସିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହିତ କମ୍ପାନୀ ମାଲିକ ଓ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.