କରୋନା ଆତଙ୍କ ମଧ୍ୟରେ ସାମ୍ନାକୁ ଆସିଲା ଗ୍ଲାଣ୍ଡର୍ ଭାଇରସ, ଘୋଡାଠୁ ମଣିଷକୁ ହୋଇଥାଏ ସଂକ୍ରମଣ

Published By : Prameya-News7 Bureau | March 14, 2020 IST

ଅହମ୍ମଦାବାଦ, ୧୪|୦୩:  କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହି ଭାଇରସ ଏବେସୁଦ୍ଧା ୫ହାଜରରୁ ଅଧିକ ଜୀବନ ନେଲାଣି। ଶତାଧିକ ଦେଶର ୧ ଲକ୍ଷରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହା ମଧ୍ୟରେ ଆଉ ଏକ ଭାଇରସର ବିପଦ ଘନେଇବାରେ ଲାଗିଛି। ଗୁଜରାଟର ସନ୍ତରାମପୁରର ପ୍ରତାପପୁରା ଅଞ୍ଚଳରେ କିଛି ଘୋଡାଙ୍କ ଶରୀରରେ ଗ୍ଲାଣ୍ଡର୍ ନାମକ ଏକ ଭାଇରସ ଦେଖିବାକୁ ମିଳିଛି। ଏହା କେବଳ ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହା ପଶୁଙ୍କ ଠାରୁ ମଣିଷଙ୍କୁ ବ୍ୟାପିବାରେ ବେଶୀ ସମୟ ନେଇ ନଥାଏ।

ପ୍ରତାପୁରାରେ କିଛି ଘୋଡାଙ୍କୁ ପଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରକ୍ତ ପରୀକ୍ଷା ପରେ ଘୋଡାମାନେ ଗ୍ଲାଣ୍ଡର୍ ଭାଇରସ ଦ୍ୱାରା ସଂକ୍ରମିତ ବୋଲି ଜଣାପଡିଥିଲା। ପରେ ବନ ବିଭାଗ ତୁରନ୍ତ ଘୋଡାଙ୍କୁ ବିଷାକ୍ତ ଇନଜେକ୍ସନ ଦେଇ ମାରି ଦିଆଯିବା ସହ ଜନବସତିଠାରୁ ଦୂରରେ ପୋତାଯାଇଥିଲା।

{"id":238313,"width":753,"height":518,"sizeSlug":"large"}

ଏହି ଭାଇରସକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପଶୁ ପାଳନ ବିଭାଗ ନିକଚସ୍ଥ ସମସ୍ତ ଗୃହପାଳିତ ଜୀବଙ୍କୁ ଯାଞ୍ଚ କରୁଛି। ଏହା ଯେପରି ଅନ୍ୟ ପଶଙ୍କୁ ନବ୍ୟାପିବ ସେନେି ପଦକ୍ଷେପ ନିଆଯାଉଛି। ପଶୁଙ୍କଠାରେ ଦେଖାଯାଉଥିବା ଏହି ଭାଇରସ ଦ୍ୱାରା ମଣିଷ ମଧ୍ୟ ସଂକ୍ରମିତ ହୋଇଥାନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.