ଡେବ୍ୟୁ କରିବା ବେଳେ ଯେତିକି ସୁନ୍ଦର ଥିଲେ ଆଜିବି ସେତିକି ସୁନ୍ଦରୀ ଅଛନ୍ତି ଦକ୍ଷିଣୀ ନାୟିକା ନମିତା

Published By : Prameya-News7 Bureau | July 29, 2019 IST

ଦେଶର ଚଳଚିତ୍ର ଅଭିନେତ୍ରୀଙ୍କ ମଧ୍ୟରେ ସାଉଥ ଇଣ୍ଡିଆନ ଫିଲ୍ମ ନାୟିକାମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏଥିରେ ଦକ୍ଷିଣୀ ନାୟିକା ନମିତାଙ୍କ ସୌନ୍ଧର୍ଯ୍ୟର ତୁଳନା ନାହିଁ। ନମିତା କେବଳ ହଟ୍ ନୁହଁନ୍ତି ଖୁବ୍ ସୁନ୍ଦର ମଧ୍ୟ । ସାରା ଦେଶରେ ତାଙ୍କର ୧୦ଲକ୍ଷରୁ ଅଧିକ ଫ୍ୟାନସ ଅଛନ୍ତି। ରୋମାଣ୍ଟିକ ତେଲଗୁ ଫିଲ୍ମ ‘ସନ୍ଥମ’ରେ ନମିତାଙ୍କ ଇଣ୍ଡଷ୍ଟ୍ରିରେ ଡେବ୍ୟୁ ହୋଇଥିଲା। ପ୍ରଥମ ଫିଲ୍ମ ମୁକ୍ତିଲାଭ କରିବା ବେଳକୁ ୨୧ ବର୍ଷ ବୟସ୍କା ଥିବା ନମିତା ଏବେ ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି ହେଲେ ପରଦାକୁ ଆସିବା ଦିନର ସୁନ୍ଦରତାରେ ଏବେବି ପଡିନି ମଳିନତା ଦେଖନ୍ତୁ ତାଙ୍କର ନୂଆ ଫଟୋ।

{"id":138729,"width":577,"height":785}

୨୦୦୭ ମସିହାରେ ବିରେନ୍ଦ୍ର ଚୌଧୁରୀଙ୍କ ସହ ନମିତାଙ୍କର ବିବାହ ହୋଇଥିଲା। ଘର ଶଂସାର କରି ବେଶ ସୁଖି ଜୀବନ ଅତିବାହିତ କରୁଥିବା ନମିତାଙ୍କର ଏବେବି ବଡପର୍ଦାରେ କ୍ରେଜ ରହିଛି। ତାଙ୍କ ଫିଲ୍ମ ମୁକ୍ତିଲାଭ କଲେ ପ୍ରଥମ ଫିଲ୍ମ ଭଳି ଆଜି ବି ଟିକେଟ୍ କାଉଣ୍ଟରରେ ଧାଡି ବାନ୍ଧୁଛନ୍ତି ଦର୍ଶକ। ଖାସ ତାଙ୍କ ଚେହେରା ପାଇଁ। ସେ ୨୦୦୧ ମିସ୍ ଇଣ୍ଡିଆ ପିଜାଣ୍ଟରେ ଜଣେ ପ୍ରତିଭାଗୀ ଥିଲେ। ସେହି ବର୍ଷ ସେଲିନା ଜୈଟଲୀ ଟାଇଟଲ ବିଜୟିନୀ ହୋଇଥିବା ବେଳେ ଚତୁର୍ଥ ରନର୍ସ ଅପ ଥିଲେ ନମିତା। ତେବେ ସିଧା ଶଳଖ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରି ପାରିନଥିଲେ ହେଁ  ନାମୀ ଦାମୀ ପ୍ରଡକ୍ଟର ବିଜ୍ଞାପନ ଚିତ୍ରରେ ଛାଇଯାଇଥିଲେ ନମିତା।

{"id":138730}

ତେଲଗୁ ଫିଲ୍ମରୁ ନମିତା ତାମିଲ ଇଣ୍ଡଷ୍ଟ୍ରିରେ ବେଶ ନାମ କମାଇଥିଲେ। ତାଙ୍କର ଚେହେରା ପାଇଁ ତାମିଲ ପ୍ରଯୋଜକମାନେ ନମିତାଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ମୁଭିରେ କାଷ୍ଟିଂ କରିବାରେ ଲାଗିଥିଲେ। ଫଳରେ ବିଜୟକାନ୍ତ, ସଥ୍ୟାରାଜା,ଅର୍ଜ୍ଜୁନ, ପ୍ରତିଭାନ, ସୁନ୍ଦର ସି ଓ ଶରଥ କୁମାରଙ୍କ ବିପକ୍ଷରେ ଅଭିନୟ କରି ବେଶ ନାମ ଓ କ୍ଷାତି ଅର୍ଜନ କରିବାରେ ସଫଳ ହୋଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.