ଗ୍ଲାମରିୟସ ହିରୋଇନ ଅନୁ ଅଗ୍ରଓ୍ୱାଲ ଏବେ ଦେଖାଯାଉଛନ୍ତି ଏମିତି

Published By : Prameya-News7 Bureau | January 11, 2020 IST

ମୁମ୍ବାଇ - ଅନୁ ଅଗ୍ରଓ୍ୱାଲ ନବେ ଦଶକରେ ଜଣେ ଗ୍ଲାମରିୟସ୍‌ ହିରୋଇନ୍‌ ଥିଲେ । ସେହି ସମୟରେ ସବୁଠାରୁ ଲୋକପ୍ରିୟ ସିନେମା ମଧ୍ୟରେ ଆଶିକି ଅନ୍ୟତମ । ସେହି ସିନେମାର ସମସ୍ତ ଗୀତ ବେଶ୍‌ ସୁପର ହିଟ୍‌ଥିଲା । ସେଥିଲେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ ଅନୁ ଅଗ୍ରଓ୍ୱାଲ । ସେହି ସମୟରେ ସେ ବେଶ୍‌ ସୁନ୍ଦର ଥିଲେ । ରାହୁଲ୍‌ ରୟ ବି ତାଙ୍କ ବିପକ୍ଷରେ ଲିଡ୍‌ ରୋଲ୍‌ରେ ଥିଲେ ।

{"id":209680,"width":573,"height":449,"sizeSlug":"large"}

ମାତ୍ର ଏହି ସିନେମା ପରେ ଅନୁଙ୍କୁ ବେଶ୍‌ କିଛି ସଫଳତା ମିଳି ନଥିଲା । ଆଶିକିରେ ତାଙ୍କ କାମକୁ ସମସ୍ତେ ପ୍ରଶଂସା କରିଥିଲେ। ମାତ୍ର ଏହାପରେ ତାଙ୍କୁ ଆଉ ବେଶୀ କାମ ମିଳି ନଥିଲା । ପରେ ସେ କେତକ ବୋଲ୍ଡ ଆକ୍ଟିଂ କରିଥିଲେ । ମାତ୍ର ତାହା ସଫଳତା ଲାଭ କରି ନଥିଲେ । ଏବେ ତାଙ୍କର ଚେହେରାରେ ପରିବର୍ତ୍ତନ ଆସିଛି । ଆଗ ଅପେକ୍ଷା ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଛନ୍ତି ।

{"id":209681,"width":576,"height":386,"sizeSlug":"large"}

ଅନୁଙ୍କ ଜନ୍ମ ୧୧ ଜାନୁଆରୀ ୧୯୬୯ । ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ସୋସିଓଲଜିରେ ପିଜି କରିଛନ୍ତି । ସେହି ସମୟରେ ଅନୁଙ୍କୁ ମହେଶ ଭଟ୍ଟ ସିନେମାରେ ବ୍ରେକ ଦେଇଥିଲେ । ପରେ ଅନୁ ଗଜବ ତମାଶା, ଖଳ ନାୟିକା, କିଙ୍କ ଅଙ୍କଲ, କନ୍ୟାଦାନ ଓ ରିଟର୍ଣ୍ଣ ଟୁ ଜୁଏଲ୍ ଥିଫ୍‌ରେ କାମ କରିଥିଲେ । ଏହି ସମସ୍ତ ସିନେମା ଫ୍ଲଫ ହୋଇଥିଲା ।

{"id":209682,"sizeSlug":"large"}

ଏବେ ଅନୁ ନିଜର ସମସ୍ତ ସମ୍ପତ୍ତି ଦାନ କରି ସନ୍ୟାସ ମାର୍ଗକୁ ଆପଣେଇ ନେଇଛନ୍ତି ।ଏବେ ସେ ସିନେମା ଦୁନିଆରୁ ଦୂରରେ ଅଛନ୍ତି । ସେ ସନ୍ୟାସ ନେବା ପରେ ଅତି ସାଧାରଣ ଜୀବନ ଅତିବାହିତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.