Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଚମୋଲିରେ ପୁଣି ଭାଙ୍ଗିଲା ଗ୍ଲେସିୟର, ବଢ଼ିଲା ଋଷିଗଙ୍ଗା ଜଳସ୍ତର

23/04/2021 at 10:18 PM

ନୂଆଦିଲ୍ଲୀ ୨୩/୪: ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତାର ସୁମନା ୨ରେ ଗ୍ଲେସିୟର ଭାଙ୍ଗିବା ନେଇ ସୂଚନା ମିଳିଛି । ଭାରୀ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି। ଗ୍ଲେସିୟର ଭାଙ୍ଗିବା ପରେ ସମ୍ପର୍କ ଛିନ୍ନ ହୋଇଛି। କୌଣସି ପ୍ରକାର ଯୋଗାଯୋଗ ସମ୍ଭବପର ହେଉନାହିଁ। ସେପଟେ ରାସ୍ତା ସଫା କରିବା ପାଇଁ ଶ୍ରମିକମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଆରଓ ଅଧିକାରୀ ଲଗାତାର ସମ୍ପର୍କ କରିବାକୁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଏହା ସମ୍ଭବ ହୋଇନାହିଁ।

ଅନେକ ସ୍ଥାନରେ ତୁଷାରପାତ ଯୋଗୁଁ ରାସ୍ତ ବନ୍ଦ ହୋଇଥିବା ବେଳେ ଏବେ ସେଠାରେ ପହଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏନଡିଆରଏଫ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗ୍ଲେସିୟର ଭାଙ୍ଗିବା ପରେ ରେଣୀରେ ଋଷିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏବେ ସ୍ଥିତି ଚିନ୍ତାଜନକ ରହିଛି। ମିଳିଥିବା ସୂଚନା ଅନୁସାରେ, ଜଳସ୍ତର ୨ ଫୁଟ୍‌ ବଢ଼ିଛି। ଏବେ ସୁଦ୍ଧା ଧନ ଜୀବନ ହାନି ନେଇ ସୂଚନା ମିଳିନାହିଁ।

ଗତ କିଛି ଦିନ ହେଲା ଲଗାତାର ବରଫପାତ ହେଉଛି। ଏବଂ ବର୍ଷା ମଧ୍ୟ ହେଉଥିବା ଜଣାପଡ଼ିଛି। ତେଣୁ ବରଫ ଅତଡ଼ା ଖସିଥିବା କୁହାଯାଉଛି। ଗ୍ଲେସିୟର ଭାଙ୍ଗିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଛନକା ପଶିଛି। ଫେବୃଆରୀରେ ଚମୋଲିରେ ଭାଙ୍ଗିଥିବା ଗ୍ଲେସିୟର ଭୟ ପୁଣି ଥରେ ତାଜା ହୋଇଛି। ଶୁକ୍ରବାର ଘଟିଥିବା ଏହି ଘଟଣା ପାଇଁ ଅନେକ ଗାଁ ପ୍ରଭାବିତ ହୋଇଛି। ଚଳିତବର୍ଷ ୭ ଫେବୃଆରୀରେ ଚମୋଲିରେ ଗ୍ଲେସିୟର ଭାଙ୍ଗିବା ଘଟଣା ସାମ୍ନାକୁ ଆସିଥିଲା। ଏଥି​‌ରେ ୨୦୫ ଲୋକ ନିଖୋଜ ହେବା ସହ ୭୯ ଲୋକ ପ୍ରାଣ ହରାଇଥିଲେ।

   Related Posts