Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସବୁଠୁ କୁନି ତିନି ଠାକୁର ମୂର୍ତ୍ତି ତିଆରି କରି ବିଶ୍ଵ ରେକର୍ଡର ଅଧିକାରୀ ଦେବଶ୍ରୀ, ଅଦରକାରୀ ବସ୍ତୁକୁ ଦେଉଛନ୍ତି ଜୀବନ୍ୟାସ

1/10/2021 at 6:02 PM

ଭୁବନେଶ୍ଵର ୦୧।୧୦: ଯାହାକୁ  ଆମେ ସାଧାରଣତଃ ଅଦରକାରୀ ବସ୍ତୁ ଭାବି ଫିଙ୍ଗି ଦିଅନ୍ତି ତାକୁ ନେଇ ଚିତ୍ରକଳା କରିବା ଏବଂ ବିଶ୍ଵ ରେକର୍ଡର ଅଧିକାରୀ ହେବା ସହଜେ ବିଶ୍ଵାସ କରି ହେବନି।  ଅଣ୍ଡା ଟ୍ରେ, ସିଡି କ୍ୟାସେଟ୍, ବୋଲତ, ନଡିଆ କତା,  ବେଲୁନ, ମାଟି ପାତ୍ର, ପୁରୁଣା କପଡା, ଦୀପ ଆଦି ବର୍ଯ୍ୟବସ୍ତୁ ବି ଘରର ଡ୍ରଇଁରୁମର ସୌନ୍ଦର୍ଯ୍ୟ ବଢାଇପାରେ। ଆଉ ଏମିତି କରି ଦେଖାଇଛନ୍ତି ଜଣେ ୧୯ ବର୍ଷୀୟ ଯୁବତୀ ଦେବଶ୍ରୀ ମିଶ୍ର। ଯୁବତୀଙ୍କ ରଙ୍ଗତୂଳୀରେ ଜୀବନ୍ୟାଶ ପାଉଛି ଅଦରକାରୀ ବସ୍ତୁ। ତାଙ୍କର ଏହି ଚିତ୍ରକଳା ପାଇଁ ସେ କେବଳ ରାଜ୍ୟ ଭିତରେ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ଏହି ଚିତ୍ରକଳା ଏବେଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି।

ନିଜର ମଣ୍ଡାଲା ଆର୍ଟ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ସେ ଆଶା ଓ ବିଶ୍ଵାସ ରଖିଛନ୍ତି।  ୪ ସେଣ୍ଟି ମିଟର ବିଶ୍ଵର ସବୁଠୁ ଛୋଟ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ  ମୂର୍ତ୍ତି ନିର୍ମାଣ କରି ସେ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ଜୁଲାଇ ୧୧ରେ ତାଙ୍କୁ ପଦକ ଏବଂ ମାନପତ୍ରରେ ସମ୍ମାନିତ କରାଯାଇଛି। ଛୋଟ ବେଳୁ ତାଙ୍କର ପେଟିଂ ପ୍ରତି ରୁଚି ରହିଥିଲା। ସେ ଅଦରକାରୀ  ବସ୍ତୁକୁ ନେଇ ପଟ୍ଟଚିତ୍ର ଏବଂ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି। ପରେ ମଣ୍ଡାଲା ଏବଂ ଡିଜିଟାଲ ପେଣ୍ଟିଂ କରିବା ଆରମ୍ଭ କରି ଦେଇଛନ୍ତି।

ଦେବଶ୍ରୀ କହିଛନ୍ତି, ଲକ୍‌ଡାଉନ୍‌ ସମୟ ମୋତେ ରଚନାତ୍ମକ ଏବଂ କଳାରେ କିଛି ନୂତନତ୍ଵ କରି ଦେଖାଇବାର ପର୍ଯ୍ୟାପ୍ତ ସମୟ  ମିଳିଥିଲା। ମୁଁ ଏବେ ପଟ୍ଟଚିତ୍ର, ଲୋକ କଳା, ମଣ୍ଡାଲା, ଡିଜିଟାଲ ଆର୍ଟ, ମୂର୍ତ୍ତି, ପେଟିଂ, ଘରର ସାଜସଜା ଉପକରଣ ଏବଂ କାନ୍ଥରେ ପେଣ୍ଟିଂ ଆଦି କରୁଛି। ନିକଟରେ ନିଜ ବାଲକୋନୀ କାନ୍ଥରେ ୬ ଫୁଟ ଉଚ୍ଚର ଏକ ପେଣ୍ଟିଂ କରିଛି। ଏହି ସବୁ ମୁଁ ଅଦରକାରୀ ବସ୍ତୁ ଜରିଆରେ କରୁଛି ବୋଲି ସେ କହିଛନ୍ତି।

ମା ଶୈଳବାଳା ଝିଅର ଆଗ୍ରହ ଦେଖି ଏ ଦିଗରେ ତାଙ୍କୁ ଉତ୍ସାହିତ କରୁଛନ୍ତି। ଦେବଶ୍ରୀ ଶିକ୍ଷା ଅନୁସନ୍ଧାନ ବିଶ୍ଵ ବିଦ୍ୟାଳୟର(ସୋଆ) ପରିଚାଳିତ ଆଇଟିଆରରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ଛାତ୍ରୀ। ତାଙ୍କ ପିତା ସିଜୁଆସ୍ଥିତ ଏମ୍ସ ମେଡିକାଲରେ କୁଳସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଦେବଶ୍ରୀ କୌଣସି ପ୍ରତିଯୋଗିତା କିମ୍ବା ସୁନାମ ଅର୍ଜନ ପାଇଁ ଏସବୁ କରୁ ନାହାନ୍ତି ବରଂ ଏହା ତାଙ୍କର ସଉକ ଓ ଦୁର୍ବଳତା ବୋଲି ସେ କହିଛନ୍ତି।

ସେ ଅନ୍ୟ କାହା ପାଇଁ ଏହା କରିବେ ନାହିଁ କି ଏହା ତାଙ୍କର ପେଶା ନୁହେଁ ବୋଲି ଦେବର୍ଶୀ କହିଛନ୍ତି। ମୁଁ କଦାପି କଳା ଏବଂ ହସ୍ତଶିଳ୍ପ କରିବା ବନ୍ଦ କରିବି ନାହିଁ। ମୁଁ ଏହାକୁ ମୋର କ୍ୟାରିୟର କରିବି ନାହିଁ କି ଅର୍ଡର ନେଇକି କରିବି ନାହିଁ। ଭାରତର ସର୍ବଶ୍ରେଷ୍ଠ ଚିତ୍ରାଙ୍କନ ଭାବରେ ମୁଁ ମଧ୍ୟ ଅଖିଲ ଭାରତୀ ନାଗରିକ ବିକାଶ କେନ୍ଦ୍ରରୁ ମେରିଟ୍ ସାର୍ଟିଫିକେଟ୍ ପାଇଛି ବୋଲି ଦେବଶ୍ରୀ କହିଛନ୍ତି।

 ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ମୋ ପରିବାରର ମୁଁ ପ୍ରଥମ ସଦସ୍ୟ ଭାବେ ଅନ୍ତର୍ଜାତୀୟସ୍ତରରେ ସମ୍ମାନ ପାଇଛି। ଏହା ମୋ ପାଇଁ ଏକ ସ୍ମରଣୀୟ ସମୟ। ମୁଁ ବିଶ୍ଵସ୍ତରରେ ଓଡିଶା ଏବଂ ଓଡିଶାର କଳାକୃତିର ପ୍ରତିନିଧିତ୍ଵ କରୁଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି ବୋଲି ଦେବଶ୍ରୀ କହିଛନ୍ତି।

   Related Posts