କରତାରପୁର କରିଡର୍ ଉଦଘାଟନୀ ଉତ୍ସବରେ ସାମିଲ ହେବା ପାଇଁ କଂଗ୍ରେସ ନେତା ସିଦ୍ଧୁଙ୍କୁ ମିଳିଲା ଅନୁମତି

Published By : Prameya-News7 Bureau | November 07, 2019 IST

ନୂଆଦିଲ୍ଲୀ ୦୭।୧୧ - କରତାରପୁର କରିଡର୍ ଉଦଘାଟନୀ ଉତ୍ସବରେ ସାମିଲ ହେବା ପାଇଁ  କଂଗ୍ରେସ ନେତା ସିଦ୍ଧୁଙ୍କୁ ମିଳିଛି ଅନୁମତି । ସିଦ୍ଧୁଙ୍କୁ  ରାଜନୈତିକ ଅନୁମତି ଦେଇଛି ବୈଦେଶିକ ମନ୍ତ୍ରଣାଳୟ ।

 କରତାରପୁର କରିଡର ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ  ଆଜି ପୁଣି  ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ  ଅନୁମତି ଲୋଡିଥିଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ଉଦଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ତୃତୀୟ ଥର ବିଦେଶ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ  ଚିଠି।  ଏହା ପୂର୍ବରୁ ଏସ୍. ଜୟଶଙ୍କର ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କୁ ଚିଠି ଲେଖିଥିଲେ।

ବିଦେଶ ମନ୍ତ୍ରୀଙ୍କୁ ସିଦ୍ଧୁ ଲେଖିଥିବା ଚିଠିରେ  ସଫା ସଫା କହିଥିଲେ  ଯଦି ତାଙ୍କୁ କରତାରପୁର୍ କରିଡର୍ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ  ସରକାର ଅନୁମତି  ନ ଦିଅନ୍ତି ,ତେବେ ସାଧାରଣ ନାଗରିକଙ୍କ ପରି ସେ  ଏଥିରେ ଯୋଗ ଦେବେନି। ତେବେ ସେ ଅନୁରୋଧ କରିଥିବା  ସମ୍ପର୍କରେ ଯଦି ସରକାର କୌଣସି ଉତ୍ତର  ନ ଦିଅନ୍ତି ତେବେ ପାକିସ୍ତାନ ଚାଲିଯିବେ ବୋଲି କହିଥିଲେ ସିଦ୍ଧୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.