Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ସରକାରୀ ଡାକ୍ତର ହୋଇଛନ୍ତି ବିଜେପି ପ୍ରାର୍ଥୀ : ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି

26/03/2019 at 8:48 PM

ଭୁବନେଶ୍ୱର, ୨୬/୩ : ମୟୁରଭଞ୍ଜ ଜିଲ୍ଲାର ରଙ୍ଗମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଭାଲୁକି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ଡାକ୍ତର ବୁଧନ ମୁର୍ମୁ | ସରକାରୀ ଚାକିରୀରେ ଥିବା ଏହି ବ୍ୟକ୍ତିଙ୍କୁ ବିଜେପି ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ନିୟମ ଅନୁଯାୟୀ ସରକାରୀ ଚାକିରୀରେ ଥିବା କୌଣସି ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ହେଲେ ଚାକିରୀ ଛାଡିବାକୁ ପଡିବ | ସେହିଭଳି ପ୍ରାର୍ଥୀ ଚାକିରି କରିଛନ୍ତି ନା ନାହିଁ, ଚାକିରୀ କରିଥିଲେ ସରକାରୀ କାର୍ଯ୍ୟରୁ ରିଲିଭ୍ ହୋଇଛନ୍ତି ନା ନାହିଁ ସେ ସବୁ ଅନୁଧ୍ୟାନ କରି ସଂପୃକ୍ତ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିବା କଥା |

ମାତ୍ର ସାରସକଣା ନିର୍ବାଚନ ମଣ୍ଡଳୀରେ ଡାକ୍ତର ବୁଧନ ମୁର୍ମୁଙ୍କ ପ୍ରାର୍ଥୀତ୍ବରେ ବ୍ୟତିକ୍ରମ ହୋଇଛି | ଚାକିରୀରେ ଥାଇ ପ୍ରାର୍ଥୀ ହେବା ସହ ନିଜ ପାଇଁ ନିର୍ବାଚନ ପ୍ରଚାରରେ ବି ଲାଗିଯାଇଛନ୍ତି । ଚାକିରୀରେ ଥାଇ ପ୍ରାର୍ଥୀ ହେବ ଏବଂ ଚାକିରୀରେ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ଉଭୟ କ୍ଷେତ୍ରରେ ନିର୍ବାଚନ ଆଚରଣ ବିଧିର ସ୍ପଷ୍ଟ ଉଲ୍ଲଂଘନ ହେଉଛି । ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଏବଂ ଡ. ସସ୍ମିତ୍ ପାତ୍ର ସାମିଲ ହୋଇଥିଲେ ।

   Related Posts