Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମନ କିଣିନେଲା ରେଳବାଇ : ୩ ବର୍ଷ ଶିଶୁଙ୍କୁ ଯୋଗାଇଲା ଓଟ କ୍ଷୀର

12/04/2020 at 7:55 PM

ନୂଆଦିଲ୍ଲୀ୯/୪: ଭାରତୀୟ ରେଳବାଇ ମନ କିଣିନେଲା ଭଳି ଏକ କାମ କରିଛି | ଜଣେ ମାନସିକ ବିକଳାଙ୍ଗ ଶିଶୁ ପାଇଁ ରେଳବାଇ ଯୋଗାଇଛି କ୍ଷୀର | ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ | ଜଣେ ସାଢେ ୩ ବର୍ଷର ମାନସିକ ବିକଳାଙ୍ଗ ଶିଶୁ ଯାହାର ଗାଈ ଓ ମଇଁଷି କ୍ଷୀରରୁ ଏଲର୍ଜୀ ହୁଏ ତାଙ୍କ ପାଇଁ ଓଟ କ୍ଷୀର ଯୋଗାଇଛି ରେଳବାଇ | ଶିଶୁ କ୍ଷୀର ନ ମିଳୁଥିବା ନେଇ ଶିଶୁଙ୍କ ମା ଟ୍ୱିଟ କରିଥିଲେ | ଟ୍ୱିଟ ପରେ ରେଳବାଇ ଶିଶୁଙ୍କ ଘରେ ୨୦ ଲିଟର କ୍ଷୀର ପହଞ୍ଚାଇଛି |

ଶନିବାର ଦିନ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ଏ ସମ୍ପର୍କରେ ଟ୍ୱିଟ କରିବ ପରେ ଘଟଣା ସାମ୍ନାକୁ ଆସିଥିଲା | ବୋଥ୍ରା ଟ୍ୱିଟ କରିଥିଲେ ଯେ, “ଗତ ରାତିରେ ଟ୍ରେନ ଯୋଗେ ଓଟର କ୍ଷୀର ୨୦ ଲିଟର ମୁମ୍ବାଇ ପହଞ୍ଚିଛି | ଏହି ପରିବାର ଲୋକେ ଉକ୍ତ କ୍ଷୀର ଅନ୍ୟ ଆବଶ୍ୟକୀୟଙ୍କୁ ମଧ୍ୟ ଦେଇଥିଲେ |” ଉତ୍ତର ପଶ୍ଚିମ ରେଳବାଇର ସିପିଟିଏମ ତରୁଣ ଜୈନଙ୍କୁ ଧନ୍ୟବାଦ ଦେଇଛନ୍ତି |

ମାନସିକ ବିକଳାଙ୍ଗ ଶିଶୁଙ୍କ ମା ରେଣୁ କୁମାରୀ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ କରି ନିଜ ଶିଶୁର ସମସ୍ୟା କହିଥିଲେ | ଏହାପରେ ଅରୁଣ ବୋଥ୍ରାଙ୍କ ସମେତ ଅନେକ ଲୋକ ଟ୍ୱିଟରରେ ପରାମର୍ଶ ଦେଇଥିଲେ | ଏହାପରେ ବୋଥ୍ରା ଓଟ କ୍ଷୀର ବ୍ରାଣ୍ଡକୁ ସମ୍ପର୍କ କରିଥିଲେ |

   Related Posts