ବିଛଣାରେ ପରିସ୍ରା କରୁଥିବା ପିଲାଙ୍କୁ ଖୁଆନ୍ତୁ ଏହି ଜିନିଷ : ୧୦ଦିନରେ ଛାଡ଼ିଯିବ ଏହି ଅଭ୍ୟାସ

Published By : Prameya-News7 Bureau | April 24, 2019 IST

ପିଲାମାନେ ଛୋଟ ହୋଇଥିବାବେଳେ ବିଛଣା ଓଦା କରିବା ଏକ ସାଧାରଣ ସମସ୍ୟା। କିନ୍ତୁ ଅନେକ ଥର ଏପରି ମଧ୍ୟ ହୋଇଥାଏ ପିଲାମାନେ ବଡ଼ ହୋଇଯିବା ପରେ ମଧ୍ୟ ବିଛଣାରେ ପରିସ୍ରା କରିଥାଆନ୍ତି। ଏପରି ପରିସ୍ଥିତିରେ ପିଲା ଏବଂ ପିଲାଙ୍କ ବାପା ମାଆ ଏବଂ ଘର ଲୋକେ ମଧ୍ୟ ଚିନ୍ତିତ ହୋଇଥାଆନ୍ତି। ଆଜି ଆମେ ଏପରି କେତେକ ଉପାୟ ବିଷୟରେ ଜାଣିବା ଯାହା କରିବା ଦ୍ବାରା ଆପଣ ପିଲାଙ୍କର ବିଛଣାରେ ପରିସ୍ରା କରିବାର ଅଭ୍ୟାସକୁ ସବୁଦିନ ପାଇଁ ଦୂର କରିପାରିବେ।

{"id":106729,"width":594,"height":395}

ଯେଉଁ ପିଲାମାନେ ବିଛଣାରେ ପରିସ୍ରା କରିଥାଆନ୍ତି ଏହି ଅଭ୍ୟାସକୁ ଦୂର କରିବା ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ୨ଟି ଆଖରୋଟ ଏବଂ ୧୫ଟି କିସମିସ୍ ଖାଇବାକୁ ଦିଅନ୍ତୁ। ୧୫ରୁ ୨୦ଦିନ ଏପରି କରିବାଦ୍ବାରା ପିଲାଙ୍କ ଏହି ଅଭ୍ୟାସ ଦୂର ହୋଇଥାଏ। ଏହା ଖାଇବା ଦ୍ବାରା ପିଲାଙ୍କ ନର୍ଭସ୍ ସିଷ୍ଟମକୁ ଲାଭ ପହଞ୍ଚିଥାଏ। ଏହା ସହିତ ମସ୍ତିଷ୍କ ବିକାଶ ଏବଂ ବୈାଦ୍ଧିକ ବିକାଶ ଖୁବ୍ ଶୀଘ୍ର ହୋଇଥାଏ।

{"id":106730,"width":591,"height":473}

ଏହା ଛଡ଼ା ଆପଣ ଏହି ପିଲାଙ୍କୁ ପ୍ରତିଦିନ ଶୋଇବା ପୂର୍ବରୁ ମହୁରେ ବତୁରା ହୋଇଥିବା ଶୁଖିଲା ଖଜୁରୀ ୨/୩ଦାନା ଖାଇବାକୁ ଦିଅନ୍ତୁ। ଏହା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ପିଲାମାନେ ଶୋଇବାବେଳେ ବିଛଣାରେ ପରିସ୍ରା କରିବା ଅଭ୍ୟାସରୁ ମୁକ୍ତି ପାଇଥାଆନ୍ତି। ଏହା ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

{"id":106731,"width":585,"height":382}

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.