Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଫାଇନ୍ ଦିଅ ଗାଡି ନିଅ, କରୋନା ପାଇଁ ପଇସା ଦିଅ- ଅମାନିଆଙ୍କ ପାଇଁ ପୋଲିସର ନୂଆ ଟ୍ରିକ

6/04/2020 at 9:55 PM

ଭଦ୍ରକ ୦୬।୦୪: କରୋନା ଭାଇରସ୍‌ର ପ୍ରକୋପକୁ ରୋକିବା ପାଇଁ ଦେଶବ୍ୟାପୀ  ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି। ସରକାର ବାରମ୍ବାର ଲୋକଙ୍କୁ ଘରେ ରହି ଲକ୍‌ଡାଉନ୍‌ ନିୟମର ପାଳନ କରିବାକୁ ଅପିଲ୍ କରୁଛନ୍ତି। ମାତ୍ର କିଛି ଲୋକଙ୍କ ଉପରେ ଏହାର କିଛି ଫରକ୍ ପଡୁନି। ଭଦ୍ରକରେ ଏମିତି ଅମାନିଆ ଲୋକଙ୍କ ପାଇଁ ଏବେ କଠୋର  ହୋଇଛି ପୋଲିସ୍।  ଲକଡାଉନ ବେଳେ ଭିଡ ରୋକିବାକୁ ଭଦ୍ରକ ପୋଲିସର ନୂଆ ଟ୍ରିକ। ନିୟମ ନମାନି ବାଇକ ଓ ଗାଡି ଚଳାଇବା ଏବେ ଅମାନିଆ ଲୋକଙ୍କୁ ପଡିବ ମହଙ୍ଗା । ସିଜ ହୋଇଥିବା ଗାଡିକୁ ମୁକୁଳାଇବା ପାଇଁ ଦେବାକୁ ହେବ ଫାଇନ। ଚାରିଚାକିଆକୁ ୫ ହଜାର ଓ ବାଇକକୁ ୨ ହଜାର ଫାଇନ ହେବ । ଆଦାୟ ଜୋରିମାନା କୋଭିଡ ଫଣ୍ଡକୁ ଯିବାର  ବ୍ୟବସ୍ଥା କରାଯାଇଛି।

ଭଦ୍ରକ ଜିଲ୍ଲା ପ୍ରଶାସନ ଅମାନିଆ ଲୋକଙ୍କ ଗାଡ଼ି ଜବତ କରି ଫାଇନ କସିଥିବା ବେଳ ସିଟିର ଅମାନିଆ କିନ୍ତୁ ଆଶ୍ଵସ୍ତି । ବେଶି ନିୟମ ଉଲଂଘନକାରୀ କିନ୍ତୁ ପଡିନି ଫାଇନ ମାଡ । ସୂଚନା ଅନୁଯାୟୀ ରବିବାରରୁ ସୋମବାର ମଧ୍ୟରେ କଟକ  ଓ ଭୁବନେଶ୍ବରରେ  ଲକ୍‌ଡାଉନ ନିୟମ ଉଲଂଘନ ଅଭିଯୋଗରେ ୨୩୪୫ ଟି ଗାଡି ଜବତ ହୋଇଛି । କଟକରେ ଜବତ ଗାଡ଼ି ସଂଖ୍ୟା ୧୨୭୬ ହୋଇଥିବା ବେଳେ ଭୁବନେଶ୍ଵରରେ ଜବତ ଗାଡ଼ି ସଂଖ୍ୟା ୧୦୩୯ । ତେବେ ସେହି ଗାଡ଼ି ଗୁଡିକୁ କମିସନରେଟ ପୋଲିସ କିଛି ଘଣ୍ଟା ରକିବାପରେ ମାଲିକଙ୍କୁ  ଫେରାଇ ଦେଇଛି।

ଅନ୍ୟପକ୍ଷରେ ସାରା ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୫ରୁ ଅପ୍ରେଲ ୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୯ଟି ମାମଲା ଦାୟର କରାଯାଇଛି । ସେଥିରୁ ୨୩୩ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୫ଟି ଗୁଜବ ସୃଷ୍ଟି ପାଇଁ ଓ ୧୧ଟି କୋଭଡିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲଂଘନ ପାଇଁ ଅର୍ନ୍ତଭୁକ୍ତ। ବିଭିନ୍ନ ଅଭିଯୋଗରେ ୪୨୭ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଭଦ୍ରକ ସହରରେ ସାମାଜିକ ଦୂରତ୍ୱ ନିୟମ ଭଙ୍ଗ ଅଭିଯୋଗରେ ୨୯ ଜଣ ଦୋକାନୀଙ୍କୁ ପୋଲିସ୍‌ ଗିରଫ କରିଛି ।

   Related Posts