ସ୍ବାମୀଙ୍କଠୁ ଛାଡ଼ପତ୍ର ଚାହୁଁଛି : ଶିଳ୍ପା ସେଟ୍ଟୀ, ପୂରା ପଢ଼ି ଆଶ୍ଚର୍ଯ୍ୟ ହୋଇଯିବେ
21/03/2019 at 1:56 PM

ମୁମ୍ବାଇ ୨୧/୩: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ଫିଲ୍ମ ଛାଡ଼ି ଟିଭି ଶୋରେ କାମ କରୁଛନ୍ତି। ଶିଳ୍ପା ସେଟ୍ଟୀ ରିୟଲିଟି ଶୋ ‘ସୁପର ଡ୍ୟାନସର ଚ୍ୟାପ୍ଟର-୩’ରେ କିଛି ଦିନ ପୂର୍ବରୁ ଜ୍ୟାକି ଶ୍ରଫଙ୍କ ସହିତ ନିଜ ଫିଲ୍ମର ଗୀତରେ ଡ୍ୟାନ୍ସ କରିଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଏଥର ତାଙ୍କ ସହ କିଛି ଏପରି ଘଟିଛି ଯାହା ସେ ସ୍ବପ୍ନରେ ବି ସୁଦ୍ଧା କେବେ ଭାବିନଥିଲେ। ବାସ୍ତବରେ ଶିଳ୍ପାଙ୍କୁ ଚିଡ଼ାଇବା ପାଇଁ ଶୋର ଜଜ୍ ଅନୁରାଗ ବାସୁ ଏବଂ ଗୀତା କପୁର ଏକ ପ୍ରାଙ୍କ୍ ପ୍ଲାନ୍ କରିଥିଲେ। ଏହି ପ୍ଲାନରେ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କୁ ଅଲଗା କରିବାପାଇଁ ଷଡ଼ଯନ୍ତ୍ର କରିଥିଲେ। ଏହି ପ୍ରାଙ୍କ୍ ପରେ ଶିଳ୍ପା ସେଟ୍ଟୀଙ୍କ ମାଆ ଲାଇଭ ଶୋରେ ଶିଳ୍ପାଙ୍କୁ ଫୋନ୍ ଲଗାଇଦେଇଥିଲେ।
‘ସୁପର ଡ୍ୟାନସର ଚ୍ୟାପ୍ଟର-୩’ରେ ଫାରା ଖାନ୍ ଅତିଥି ଜଜ୍ ଭାବେ ସେଠାରେ ଉପସ୍ଥିତ ହୋଇଥିଲେ। ଏହି ସମୟରେ ଫାରା ଏବଂ ଶିଳ୍ପାଙ୍କୁ ସେମାନଙ୍କ ସ୍ବାମୀଙ୍କ ଖରାପ ଅଭ୍ୟାସ ବିଷୟରେ ପଚରାଯାଇଥିଲା। ଦୁହେଁ ସେମାନଙ୍କ ସ୍ବାମୀଙ୍କ ଖରାପ ଅଭ୍ୟାସଗୁଡ଼ିକୁ ସେୟାର କରିଥିଲେ। ସେତିକିବେଳେ ଅନୁରାଗ ବାସୁ ଏବଂ ଗୀତା କପୁର ମିଶି ଶିଳ୍ପାଙ୍କୁ ଚିଡ଼ାଇବାପାଇଁ ଏକ ପ୍ଲାନ୍ କରିଥିଲେ।
ସେହି ସମୟରେ ଶିଳ୍ପା ସେଟ୍ଟୀ ଉତ୍ତର ଦେବାରେ ବ୍ୟସ୍ତ ଥିବାବେଳେ ଅନୁରାଗ,ଶିଳ୍ପାଙ୍କ ଫୋନ୍ ନେଇ ସେଥିରେ ମାଆ ସୁନନ୍ଦା ସେଟ୍ଟୀଙ୍କୁ ମ୍ୟାସେଜ କରିଥିଲେ ଯେ ସେ ସ୍ବାମୀ ରାଜ କୁନ୍ଦ୍ରାଙ୍କଠୁ ଅଲଗା ହେବାକୁ ଚାହୁଁଛନ୍ତି। ମ୍ୟାସେଜ ପହଞ୍ଚିବା କ୍ଷଣି ଶିଳ୍ପାଙ୍କ ମାଆ ସୁନନ୍ଦା ସେଟ୍ଟୀଙ୍କ ଫୋନ୍ ଆସିଥିଲା। କଥା ବିଗିଡ଼ିବା ପୂର୍ବରୁ ଗୀତା,ଅନୁରାଗଙ୍କ ବଦମାସୀ ବିଷୟରେ ସମସ୍ତଙ୍କୁ ଜଣାଇ ଦେଇଥିଲେ। ଗୀତାଙ୍କ କଥା ଶୁଣି ଶିଳ୍ପା ଚମକି ଯାଇ ଘର ଲୋକଙ୍କୁ ଏହା ପ୍ରାଙ୍କ୍ ଥିଲା ବୋଲି କହିଥିଲେ। ଶିଳ୍ପା ମାଆଙ୍କୁ କହିଥିଲେ –‘ ଯଦି ମୋ ଫୋନରୁ କେବେ ମ୍ୟାସେଜ ଆସେ କି ମୁଁ ପ୍ରେଗନେଣ୍ଟ ଅଛି କିମ୍ବା ମୁଁ ଛାଡ଼ପତ୍ର ଚାହୁଁଛି ତେବେ ବୁଝିନେବ ଯେ ଏହା ଥଟ୍ଟା କାରଣ ଏହି ଶୋରେ ଅନୁରାଗ ଦାଦା ଅଛନ୍ତି’।