Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସୋସିଆଲ ମିଡିଆରେ କଣ୍ଠ ସ୍ୱର ଶୁଣି ହୋଇଗଲା ପ୍ରେମ, ଗୀତ ଚୁକ୍ତି ବାହାନାରେ ମ୍ୟାରେଜ୍ ରେଜିଷ୍ଟର ପେପରରେ ଦସ୍ତଖତ ନେଇଗଲେ ଯୁବତୀ…

24/05/2021 at 8:37 AM

ଭୁବନେଶ୍ୱର,୨୪/୦୫: ମଧୁର କଣ୍ଠ ସ୍ୱର ଶୁଣି ଯୁବତୀଙ୍କୁ ପ୍ରେମ ହୋଇଗଲା । ମନେ ମନେ ସ୍ଥିର କଲେ ଯେଉଁ କଣ୍ଠ ସ୍ୱର ସୋସିଆଲ ମିଡିଆରେ ଶୁଣୁଛନ୍ତି, ତାକୁ ନିଜ ସ୍ୱପ୍ନର ତାଜମହଲରେ ଶୁଣିବାକୁ । ହଜାର ଜହ୍ନ ନୁହେଁ, ଜଣଙ୍କୁ ମନର ମଣିଷ କରିବା ପାଇଁ ଆରମ୍ଭ କଲେ ମିଶନ ପ୍ରେମ ବିବାହ । ଯୁବକଙ୍କୁ ମିଠା ମିଠା କଥା କହି ସବ୍‌ ରେଜଷ୍ଟ୍ରି୍‌ ଅଫିସକୁ ଡାକିଲେ, ମିଛ ଦସ୍ତଖତ ନେଇ ବିବାହ କଲେ । ଏନେଇ ଯୁବକ ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କର ହୋସ୍‌ ଉଡିଯାଇଛି । ବାଲେଶ୍ୱର ଅଞ୍ଚଳର ପିଙ୍କି (ଛଦ୍ମନାମ) ନାମକ ଜଣେ ଯୁବତୀ ପୁରୀର ଅଙ୍କିତ ମିଶ୍ରଙ୍କୁ ଚଞ୍ଚକତା କରି ବିବାହ କରିଥିବା ନେଇ ବଡଗଡ ଥାନାରେ ଅଭିଯୋଗ ହୋଇଛି । ଏନେଇ ପୁଲିସ୍‌ ପିଙ୍କି ନାଁରେ ଥାନାରେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି ।

ଯୁବକଙ୍କ ଅଭିଯୋଗ ମୁତାବକ ପୁରୀ ଅଞ୍ଚଳର ଜଣେ ଯୁବକ ବାଙ୍ଗାଲୋରରେ ଏମ୍‌ବିଏ ପଢୁଥିଲେ । ପିଲା ଦିନୁ ସଙ୍ଗୀତ ପ୍ରତି ଆଗ୍ରହ ଥିବା ଅଙ୍କିତ ବେଳେବେଳେ ଗୀତ ଗାଇଥାନ୍ତି । ଗତ ବର୍ଷ ଲକ୍‌ ଡାଉନ୍‌ ଯୋଗୁଁ ଅଙ୍କିତ ପୁରୀ ସ୍ଥିତ ନିଜ ଘରକୁ ଫେରି ଆସିଥିଲେ । ସେଠାରେ ରହିବା ବେଳେ ଗୀତ ଗାଇବା ସହ ୟୁଟ୍ୟୁବରେ ନିଜର ଭିଡିଓ ପକାନ୍ତି । ୟୁଟ୍ୟୁବର ଅଙ୍କିତଙ୍କ ସଙ୍ଗୀତ ଶୁଣିବା ପରେ ବାଲେଶ୍ୱର ଅଞ୍ଚଳର ପିଙ୍କି ଏକତରଫା ପ୍ରେମ କରି ବସନ୍ତି । ପରେ ଫେସବୁକ୍‌ରେ ଅଙ୍କିତଙ୍କୁ ଫୋନ୍‌ ନମ୍ବର ମାଗିଥିଲେ ପିଙ୍କି । ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା ଓ ଘନିଷ୍ଠତା ମଧ୍ୟ ହୋଇଯାଇଥିଲା । ପିଙ୍କିଙ୍କର ପୁରୀରେ ଏକ ସଙ୍ଗୀତ ରେକର୍ଡିଂ ଷ୍ଟୁଡିଓ ଥିବା ବେଳେ ଅଙ୍କିତଙ୍କୁ ଗୀତ ଗାଇବା ପାଇଁ ଡାକିଥିଲେ । ଗୀତ ଗାଇବା ପରେ ଅଙ୍କିତକୁ ପ୍ରଶଂସା କରିଥିଲେ ପିଙ୍କି ।

ନଭେମ୍ବର ୧ ତାରିଖରେ ପିଙ୍କି ଗୀତ ପ୍ରମୋଟ୍‌ ଚୁକ୍ତି କରିବା ପାଇଁ ଭୁବନେଶ୍ୱର ସବ୍‌ ରେଜିଷ୍ଟ୍ରି ଅଫିସ୍‌କୁ ଅଙ୍କିତଙ୍କୁ ଡାକିଥିଲେ । ଚୁକ୍ତି ଆଳରେ ପିଙ୍କି ଚଞ୍ଚକତା କରି ବିବାହ ଦରଖାସ୍ତରେ ଦସ୍ତଖତ କରି ନେଇଥିଲେ । କିଛି ଦିନ ପରେ ସେ ଅଙ୍କିତଙ୍କୁ ପ୍ରେମ ପ୍ରସ୍ତାବ ଦେବା ସହ ଘରକୁ ନେବା ପାଇଁ କହିଥିଲେ । ଏଥିରେ ଅଙ୍କିତ ରାଜି ନ ହେବାରୁ ସେ ବିବାହ କରିଥିବା କଥା କହିଥିଲେ । ଏହା କୋର୍ଟ ପେପର ଦେଖାଇଥିଲେ । ବାସ୍‌ ଏତିକି ଶୁଣି ଅଙ୍କିତଙ୍କ ହୋସ୍‌ ଉଡିଯାଇଥିଲା । ଏନେଇ ଆଜି ସେ ବଡଗଡ ଥାନାରେ ପିଙ୍କିଙ୍କ ନାଁରେ ଏତଲା ଦେଇଛନ୍ତି । ପିଙ୍କି ଚଞ୍ଚକତା କରି ତାଙ୍କୁ ବିବାହ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

   Related Posts