Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଏହି ସ୍ଥାନରେ ଯୁବତୀମାନଙ୍କୁ ବନ୍ଧକ ରଖି ଜୋରଜବରଦସ୍ତି କରାଯାଏ ଦେହବ୍ୟବସାୟ

9/08/2019 at 9:53 AM

ଆଗ୍ରା ୯|୮: ଆଗ୍ରା ଜିଲ୍ଲା ତାଜଗଞ୍ଜ ବସଇରେ ଏକ ଘରେ ଦେହବ୍ୟବସାୟ ଚାଲିଥିଲା । ସ୍ଥାନୀୟ ଅଞ୍ଚଳର ଯୁବତୀମାନଙ୍କ ସହ ରାଜସ୍ଥାନର କେତେକ ସହରର ଯୁବତୀମାନେ ଏହି ଦେହବ୍ୟବସାୟରେ ସାମିଲ ଥିଲେ । ଦେହ ବ୍ୟବସାୟ ହେଉଥିବା ନେଇ ପୋଲିସ ଖବର ପାଇବା ପରେ ଏକ ଏନଜିଓ ସହାୟତାରେ ଚଢାଉ କରିଥିଲା । ଚଢାଉ ବେଳେ ୧୩ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣ ଦଲାଲ ଏବଂ ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ଛାନଭିନ୍ ଚଳାଇଛି ।

ସୂଚନାଯୋଗ୍ୟ ଯେ, ଫ୍ରିଡମ ଫର୍ମ ନାମକ ସଂସ୍ଥା ପୋଲିସକୁ ଖବର ଦେଇଥିଲା ଯେ, ବସଇ ଅଞ୍ଚଳର ଏକ ଘରେ ଯୁବତୀମାନଙ୍କୁ ବନ୍ଧକ ରଖି ଜୋରଜବରଦସ୍ତ ଦେହବ୍ୟବସାୟ କରାଯାଉଛି । ଫଳରେ ତାଜଗଞ୍ଜ ଥାନା ପୋଲିସ ସେହି ଘର ଉପରେ ଚଢାଉ କରିଥିଲା । ଚଢାଉ ବେଳେ ୮ଟି ରୁମ୍ ରେ ଯୁବମାନଙ୍କ ସହ ଯୁବତୀମାନେ ଅସଞ୍ଜତ ଅବସ୍ଥାରେ ଥିଲେ । ପୋଲିସ ୧୩ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣ ଦଲାଲ ଏବଂ ୩ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା । ପୋଲିସ ଗିରଫ କରିଥିବା ୧୩ ଯୁବତୀମାନଙ୍କ ମଧ୍ୟରୁ କିଛି ଯୁବତୀ ରାଜସ୍ଥାନର ଧୋଲପୁର, ମାନିଆ ଏବଂ ବୁନ୍ଦି ଅଞ୍ଚଳର ହୋଇଥିବାବେଳେ କିଛି ଯୁବତୀ ସ୍ଥାନୀୟ ଅଞ୍ଚଳର ଥିଲେ । ପୋଲିସ ସମସ୍ତଙ୍କୁ ଥାନାରେ ରଖି ପଚରାଉଚରା କରୁଛି ।

ଯୁବତୀମାନେ କହିଛନ୍ତି ଯେ, ସେମାନେ ଏଠାରେ ନିଜ ଇଚ୍ଛାରେ ରହୁନଥିଲେ । ବାଧ୍ୟବାଧକତାରେ ଏହି ଧନ୍ଦାରେ ଫସି ଯାଇଥିବା ଯୁବତୀମାନେ କହିଥିଲେ । ପ୍ରାୟ ଏକ ମାସ ଧରି ଏହି ଘରେ ଦେହବ୍ୟବସାୟ ଚାଲିଥିଲା । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଦୁଇ ଦଲାଲ ଏବଂ ୩ ଗ୍ରାହକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେମାନଙ୍କୁ ଖୁବ୍ ଶୀଘ୍ର ଜେଲ୍ ପଠାଇଦିଆଯିବ । ଉଦ୍ଧାର ହୋଇଥିବା ଯୁବତୀମାନଙ୍କୁ ନାରୀ ସଂରକ୍ଷଣ ଗୃହକୁ ପଠାଇଦିଆଯିବ ।

ପ୍ରତିଦିନ ଦଲାଲ ସେମାନଙ୍କଠାରୁ କମିଶନ ହିସାବରେ ୧୫୦ଟଙ୍କା ନେଇଥାନ୍ତି । ଅବଶିଷ୍ଟ ଟଙ୍କା ଯୁବତୀମାନେ ରଖନ୍ତି । ଯୁବତୀମାନଙ୍କର ଖାଇବା ପିଇବା ଖର୍ଚ୍ଚ ଦଲାଲମାନେ କରିଥାନ୍ତି । ଗିରଫ ହେବା ପରେ ଜଣେ ଦଲାଲ କହିଛନ୍ତି ଯେ, ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଦେହବ୍ୟବସାୟ ଚାଲିଛି । ସେଗୁଡିକୁ ମଧ୍ୟ ପୋଲିସ ବନ୍ଦ କରୁ । ସେମାନେ ବହୁ ଦିନ ଧରି ଦେହ ବ୍ୟବସାୟରେ ଲିପ୍ତ ଥିଲେ । ଏ ବିଷୟରେ ସମସ୍ତଙ୍କୁ ଜଣାଥିଲା ବୋଲି ସେ କହିଛନ୍ତି ।

   Related Posts