Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ମଦ୍ରାସାରେ ନାବାଳିକାଙ୍କ ସହ ଅସଦାଚରଣ : ମୈାଲାନାକୁ ଖୋଜୁଛି ପୋଲିସ୍

19/11/2018 at 4:42 PM

ଇନ୍ଦୋର ୧୯/୧୧: ଇନ୍ଦୋରର ଏକ ଆବାସିକ ମଦ୍ରାସାରେ ପଢ଼ୁଥିବା ଦୁଇ ଭଉଣୀଙ୍କ ସହ ମଦ୍ରାସାର ମୈାଲାନା ଅସଦ୍ର୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦୁଇ ଭଉଣୀ ମୈାଲାନାଙ୍କ ଏଭଳି କୁକର୍ମକୁ ବିରୋଧ କରିବା ଫଳରେ ସେଠାରେ କାମ କରୁଥିବା ଜଣେ ବୟସ୍କ ମହିଳା ଦୁଇଭଉଣୀଙ୍କୁ ବୁଝାସୁଝା କରି ଦେଇଥିଲେ। ତେବେ ଗତ ରବିବାର ଦିନ ଦୁଇଝିଅଙ୍କୁ ଘରକୁ ନେବାପାଇଁ ସେମାନଙ୍କ ମାଆ ମଦ୍ରାସାରେ ପହଞ୍ଚିଥିଲେ। ଦୁଇ ଭଉଣୀ ମିଶି ମାଙ୍କୁ ମୈାଲାନାଙ୍କ ମୁକର୍ମ ସମ୍ପର୍କରେ କହିବା ସହ କାନ୍ଦିଥିଲେ। ୩୫ବର୍ଷ ବୟସ୍କା ମା ସିଧାସଳଖ ଥାନାକୁ ଯାଇ ମୈାଲାନା ଅବୁ ବିରୋଧରେ ମାମଲା ଦାୟର କରିଛନ୍ତି।

ମହିଳାଙ୍କ କହିବା ଅନୁସାରେ କିଛିଦିନ ତଳେ ତାଙ୍କର ୧୨ବର୍ଷ,୮ବର୍ଷ ଏବଂ ୫ବର୍ଷ ବୟସ୍କା ୩ଝିଅଙ୍କୁ ପଢ଼ିବା ପାଇଁ ମଦ୍ରାସାରେ ଭର୍ତ୍ତି କରିଥିଲେ। ତେବେ ମୈାଲାନା ବିଭିନ୍ନ ସମୟରେ ତାଙ୍କ ବଡ଼ଝିଅର ଦେହକୁ ଆପତ୍ତିଜନକ ଭାବେ ଛୁଇଁଥିଲେ। ସେହିଭଳି ୮ବର୍ଷ ବୟସ୍କା ମଝିଆ ଝିଅ ସହ ମଧ୍ୟ ସମାନ ଅଶ୍ଳୀଳ ଆଚରଣ କରୁଥିଲେ। ପୋଲିସ୍ ମହିଳା ଓ ତାଙ୍କ ଦୁଇଝିଅଙ୍କ ବୟାନ୍ ରେକର୍ଡ଼ କରିବା ସହ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରୁଛି। ମଦ୍ରାସାରେ କାମ କରୁଥିବା ମହିଳାମାନେ ମଧ୍ୟ ମୈାଲାନାର ଏଭଳି ଆଚରଣ ସମ୍ପର୍କରେ ଅବଗତ ଅଛନ୍ତି ବୋଲି ଦୁଇ ପୀଡ଼ିତା ଭଉଣୀ ପୋଲିସକୁ କହିଛନ୍ତି।

ଅନ୍ୟପକ୍ଷରେ ଗାଜିଆବାଦର ଜଣେ ମୈାଲାନାକୁ ନାବାଳକ ଦୁଇଭାଇଙ୍କୁ ଦୁଷ୍କର୍ମ କରିବା ଅପରାଧରେ ୧୦ବର୍ଷ ଜେଲ୍ ଦଣ୍ଡ ଓ ୫୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଏକ ଅଦାଲତ।

   Related Posts