ନବରାତ୍ରୀରେ ଏହି ବୟସର କନ୍ୟାଙ୍କୁ କରନ୍ତୁ ପୂଜା… ସୁଖ ଓ ଧନ ପ୍ରାପ୍ତ ହେବ

Published By : Prameya-News7 Bureau | September 29, 2019 IST

ଆଜିଠାରୁ ନବରାତ୍ରୀ ଆରମ୍ଭ ହୋଇଯାଇଛି। ଆସନ୍ତା ମାସ ୮ ତାରିଖ ପର୍ଯ୍ୟନ୍ତ ନବରାତ୍ରୀ ପାଳନ ହେବ। ନବରାତ୍ରୀ ଅବସରରେ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରନ୍ତି। ଏହି ୯ଟି ରାତିର ପର୍ବ ଯୋଗୁଁ ପରିବାରରେ ଅନେକ ଖୁସି ଆସିଥାଏ। ନବରାତ୍ରୀରେ ମା’ ଦୁର୍ଗା ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ ।

{"id":164165}

୯ ଦିନରେ ୯ଟି ବେଶରେ ପୂଜା ହୁଅନ୍ତି ମାଆ ଦୁର୍ଗା। ନବରାତ୍ରୀର ଅନ୍ତିମ ଦିନରେ କନ୍ୟାମାନଙ୍କର ପୂଜା କରାଯାଇ ଉପବାସ ଭାଙ୍ଗା ଯାଏ। ଏହି କନ୍ୟା ପୂଜାରେ ୯ ଜଣ କନ୍ୟାଙ୍କ ପୂଜା କରାଯାଏ। ୨ ବର୍ଷରୁ ନେଇ ୯ ବର୍ଷର କନ୍ୟାଙ୍କୁ ନବରାତ୍ରୀରେ ପୂଜା କରାଯାଏ। ତେବେ ଏହାର ମହତ୍ବ କଣ ରହିଛି ଜାଣନ୍ତୁ।

{"id":164166}

୨ ବର୍ଷର ଶିଶୁ କନ୍ୟାଙ୍କୁ ପୂଜା କଲେ ଧନ, ଆୟୁ, ସକରାତ୍ମକ ଶକ୍ତି ଲାଭ ହେବ। ଅପରପକ୍ଷରେ ୩ ବର୍ଷର ଶିଶୁ କନ୍ୟାଙ୍କୁ ପୂଜା କଲେ ଘରେ ସୁଖ ସମୃଦ୍ଧି ଆସିବ। ୪ ବର୍ଷର କନ୍ୟାଙ୍କୁ ଚତୁର୍ଥ ଦିନ ପୂଜା କଲେ ଧନ ଲାଭ ହୁଏ ଓ ପଞ୍ଚମ ଦିନ ୫ ବର୍ଷର କନ୍ୟାଙ୍କୁ ପୂଜା କଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଲାଭ ହାସଲ ହେବ। ଷଷ୍ଠ ଦିନରେ ୬ ବର୍ଷର କନ୍ୟାଙ୍କୁ ପୂଜା କଲେ ଶତ୍ରୁଙ୍କ ବିନାଶ ହୋଇଥାଏ।

{"id":164168}

ସପ୍ତମ ଦିନରେ ୭ ବର୍ଷର କନ୍ୟାଙ୍କୁ ପୂଜା କଲେ ଜୀବନରେ ସଫଳତା ହାସଲ ହୁଏ। ଅଷ୍ଟମ ଦିନରେ ୮ବର୍ଷର କନ୍ୟାଙ୍କୁ ପୂଜିଲେ ଦୁଃଖ ଓ ଦାରିଦ୍ର୍ୟ ଦୂର ହୋଇଥାଏ। ନବମ ଦିନରେ ୯ ବର୍ଷର କନ୍ୟାଙ୍କୁ ପୂଜା କଲେ ଜୀବନର ସବୁ କଠିନ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ। ୧୦ ବର୍ଷର କନ୍ୟାଙ୍କୁ ପୂଜା କଲେ ମୋକ୍ଷ ପ୍ରାପ୍ତି ହୋଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.