Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଦିନ ଦ୍ଵିପ୍ରହରରେ ଅପହରଣ: ମା ହାତରୁ ଝିଅକୁ ଟାଣି ନେଇ କାରରେ ଫେରାର ମାରିଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ପୂରା ଘଟଣା

12/06/2020 at 5:29 PM

ଝଜ୍ଜର ୧୨।୦୬: ହରିୟାଣାର ଝଜ୍ଜରରେ ଜଣେ ଯୁବତୀଙ୍କୁ ଦିନ ଦ୍ଵିପ୍ରହରେ ଅପହରଣ କରାଯାଇଛି। ଏହି ଘଟଣା ପରେ ହରିୟାଣାରେ ମହିଳାଙ୍କ ପ୍ରତି ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଝଜ୍ଜରର ଛାବନି ମୋହଲ୍ଲାରେ ମା ସହିତ ସିଲେଇ ଶିଖିବାକୁ ଯାଇଥିବା ଯୁବତୀଙ୍କୁ ଦିନ ବେଳେ ସଭିଙ୍କ ସାମ୍ନାରେ ଦୁର୍ବୃତ୍ତ ମାନେ ବଳପୂର୍ବକ କାରରେ ଉଠାଇ ନେଇ ଫେରାର ହୋଇ ଯାଇଛନ୍ତି। ଏହି ଘଟଣା ସିସିଟିଭିରେ କଏଦ ହୋଇ ଯାଇଛି। ପୋଲିସ ଘଟଣାର ତଦନ୍ତରେ ଜୁଟି ଯାଇଛି।

ଶୁକ୍ରବାର ଝଜ୍ଜରର ଛାବନି ମୋହଲ୍ଲାରେ ରହୁଥିବା ଏହି ଯୁବତୀ ମାଙ୍କ ସହିତ ସିଲେଇ ସେଣ୍ଟରରୁ ଘରକୁ ଫେରୁଥିଲେ। ଏହି ସମୟରେ କାରରେ ଆସି  ଦୁର୍ବୃତ୍ତମାନେ ଯୁବତୀଙ୍କୁ ଅପହରଣ କରି ନେଇଛନ୍ତି। ଯୁବତୀଙ୍କ ମା ଝିଅର ହାତ ଟାଣି ବଦମାସଙ୍କ କବଳରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ।

ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳୁଛି ଯେ, ଜନବହୁଳ ଅଞ୍ଚଳର ଗଳି ଦେଇ ମହିଳା ନିଜ ଝିଅ ସହିତ ଯାଉଛନ୍ତି। ସେହି ସମୟରେ ପଛ ପଟୁ ଏକ କାର ଆସି ତାଙ୍କ ପାଖରେ ଅଟକୁଛି। କାରର ନମ୍ବର ପ୍ଲେଟରୁ ଦେଖିବାକୁ ମିଳୁଛି ଯେ, ଏହା ଏକ ଟ୍ୟାକ୍ସି। କାରରୁ ଜଣେ ବଦମାସ ବାହାରି ଯୁବତୀଙ୍କ ହାତ ଧରି ବଳପୂର୍ବକ ଭିତରକୁ ଟାଣି ନେଉଛି। ମା ଚେଷ୍ଟା କରି ମଧ୍ୟ ବଦମାସ କବଳରୁ ଝିଅକୁ ବଞ୍ଚାଇବାରେ ସଫଳ ହୋଇ ପାରି ନାହିଁ। ଦୁର୍ବୃତ୍ତ ଯୁବତୀଙ୍କୁ ଅପହରଣ କରି କାରରେ ଫେରାର ହୋଇ ଯାଉଛନ୍ତି ଏବଂ ମା ଜଣକ ତଳେ ପଡି ଯାଉଥିବା ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି।

ସରକାରଙ୍କୁ ଘେରିଲା କଂଗ୍ରେସ

କଂଗ୍ରେସ ପାର୍ଟିର ମୁଖପାତ୍ର ତଥା ହରିୟାଣାର ବାସିନ୍ଦା ରଣଦୀପ ସିଂହ ସୁରଜେଓ୍ଵାଲା ଏହି ଘଟଣାର ଭିଡିଓ ଟ୍ଵିଟ୍ କରିବା ସହିତ ସେୟାର କରି ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି। ସେ ଲେଖିଛନ୍ତି ବେଟି ବଚାଓ ମଧ୍ୟ ଏକ ଜୁମଲା। ଝିଅ ଆଉ କେତେ ଦିନ ଧରି କେବଳ ନାରାରେ ବଞ୍ଚି ରହିବେ ? ହରିୟାଣାରେ ଅପରାଧୀଙ୍କ ସାହାସ ଏତେ ବଢି ଗଲାଣି ଯେ, ଦିନ ଦ୍ଵିପ୍ରହରରେ ଝିଅଙ୍କୁ ଅପହରଣ କରି ନେଇ ଯାଉଛନ୍ତି। ବିଜେପି ଓ ଜେଜେପି ଶାସନରେ ଏହା ହେଉଛି ଆଉ ଏକ ବିଫଳତା। ଖଟ୍ଟର-ଦୁଷ୍ମନ୍ତ ସରକାର ଏହି ଜଙ୍ଗଲରାଜ ଉପରେ ଜବାବ ଦିଅନ୍ତୁ।

   Related Posts