Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଟ୍ରାକ୍ଟର ଭଡ଼ା ଦେବାକୁ ନଥିଲା ଅର୍ଥ, ବଳଦ ବଦଳେ ବାପାଙ୍କ ଜୁଆଳି ଟାଣି ଖେତ ହଳ କଲେ ୨ ଝିଅ

9/07/2021 at 3:21 PM

ଧାରୱାଡ ୯।୭: ଅଭାବ କେବେ ପ୍ରତିବନ୍ଧକ ହୋଇନପାରେ। ଏହା ପୁଣି ଥରେ ପ୍ରମାଣିତ କରିଛନ୍ତି କର୍ଣ୍ଣାଟକ ଧାରୱାଡ ଜିଲ୍ଲାର ଦୁଇ ଭଉଣୀ ମେଘା ଓ ସାକ୍ଷୀ । ସେମାନଙ୍କ ପିତା କଲ୍ଲପା ଜବୁରଙ୍କ ଏକ ଏକର ଚାଷ ଜମି ଅଛି, ଯାହାକୁ ସେ ଚାଷ କରି ପରିବାରର ଗୁଜୁରାଣ କରିବାକୁ ଚାହୁଁଥିଲେ। ହେଲେ ଜମି ଚାଷ କରିବାକୁ ତାଙ୍କ ପାଖରେ ଟ୍ରାକ୍ଟର ଭଡ଼ା ଦେବାକୁ ନା ଥିଲା ପଇସା ନା ଘରେ ଥିଲେ ବଳଦ। ଏଥିରେ ଦୁଇ ଭଉଣୀ ମେଘା ଓ ସାକ୍ଷୀ ପିତାଙ୍କୁ ସହାୟତା କରିବାକୁ ଆଗେଇ ଆସିବାରୁ କଲ୍ଲପା ତାଙ୍କର ଏକରକ ଜମିକୁ ଶଶ୍ୟଶ୍ୟାମଳ କରିବାକୁ ଆଶାବାନ୍ଧିଛନ୍ତି।

ବଳଦ  ବଦଳେ ମେଘା ଓ ସାକ୍ଷୀ ହଳ ଭିଡିଥିବା ବେଳେ ତାଙ୍କ ପିତା କ୍ଷେତ ଯୋଚି ଥିଲେ। କଲ୍ଲପା ଦୀର୍ଘ ବେମାରୀରେ ପୀଡ଼ିତ ଥିଲେ। ତାଙ୍କ ଶରୀରରେ ଦୁଇଟି ଅସ୍ତ୍ରୋପଚାର ହୋଇଥିଲା। ସୁସ୍ଥ ହେବା ପରେ ସେ ତାଙ୍କ ଜମିରେ ଚାଷ କରିବାକୁ ଚାହିଁଥିଲେ। ହେଲେ ଚାଷ ପାଇଁ ହଳବଳଦ ଅଥବା ଭଡାରେ ଟ୍ରାକ୍ଟର ଆଣି କାମ ତୁଲାଇବାକୁ ଅର୍ଥ ବାଧକ ପାଲଟିଥିଲା। ତେବେ ଦୁଇ ଝିଅ ମେଘା ଓ ସାକ୍ଷୀ ଏଥିରେ ହଳ ଭିଡି ପିତାଙ୍କୁ ସହାୟତ କରିଥିବା ବେଳେ ବିଲରେ ସୋୟାବିନ ମଞ୍ଜି ବୁଣିଛନ୍ତି।

କଳ୍ପାଙ୍କ ବଡ଼ ଝିଅ ମେଘା ହୁବଲୀରେ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା ପଢୁଛନ୍ତି। ସେହିପରି ସାନ ଝିଅ ଶାକ୍ଷୀ ୧୦ମ ଶ୍ରେଣୀରେ ପଢୁଛନ୍ତି। ସେମାନଙ୍କର ଶରଳା ନାମରେ ଆଉ ଏକ ସାନ ଭଉଣୀ ମଧ୍ୟ ଅଛି, ଯିଏ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଛି। ତେବେ କଳ୍ପା ତାଙ୍କର ଖାଲି ପଡିଥିବା ଜମିରୁ ଆୟ କରି ପରିବାରର ଆର୍ଥିକ ପରିସ୍ଥିତି ସୁଧାରିବାକୁ ଚାହୁଁଥିଲେ। ଏଣୁ ଚାଷ ପାଇଁ ମନ ବଳେଇଥିଲେ। ତେବେ ଆର୍ଥିକ ଦୁରାବସ୍ଥା ଏଥିରେ ବାଧକ ହେଉଥିଲା। ତେବେ ପିତାଙ୍କ ଆତ୍ମ ବିଶ୍ୱାସ ବୃଦ୍ଧିରେ ବଡ ଦୁଇ ଝିଅ ସହାୟକ ହୋଇଛନ୍ତି। ଫଳରେ କଳ୍ପା ଏକରକ ଜମିର ପୂର୍ଣ୍ଣ ଉପଯୋଗ କରିପାରିବେ ବୋଲି ଆଶା ବାନ୍ଧିଛନ୍ତି।

   Related Posts