ଦୁର୍ଲଭ ଅବସ୍ଥା ଦେଇ ଗତି କରୁଛନ୍ତି ଏହି ଶିଶୁ: ଛାତି ବାହାରେ ଧକ୍ ଧକ୍ କରୁଛି ହୃଦୟ, ହୋଇପାରୁନି ଅପରେସନ୍

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩/୦୧ : ଆମେରିକାରେ ରହୁଥିବା ଜଣେ ଶିଶୁ ଏକ ଦୁର୍ଲଭ ସମସ୍ୟା ଦେଇ ଗତି କରୁଛନ୍ତି। ଭିରସାଭିୟା ଗୋଞ୍ଚାରୋଭା ନାମକ ଏହି ଶିଶୁଙ୍କର ପାଣ୍ଟୋଲୋଜି ଅଫ କଣ୍ଟ୍ରୋଲ ନାମକ ସମସ୍ୟା ଅଛି। ଯାହାଫଳରେ ଗର୍ଭରେ ହିଁ ତାଙ୍କ ପେଟର ମାଂସପେଶୀ ଓ ରିବ୍ସ ଫର୍ମ ହୋଇଯାଇଥିଲା। ଗୋଞ୍ଚାରୋଭାଙ୍କୁ ଏହି ଅବସ୍ଥା ଯୋଗୁଁ ଯନ୍ତ୍ରଣା ଅନୁଭୂତ ହୋଇନଥାଏ କିନ୍ତୁ ଏଥିପାଇଁ ତାଙ୍କ ହୃଦୟ ବାହାରକୁ ନଜର ଆସିଥାଏ।

{"id":391608,"sizeSlug":"large","linkDestination":"none"}

ତାଙ୍କ ହୃଦୟରେ ହୋଲ ମଧ୍ୟ ଅଛି। ଏହିସବୁ ସମସ୍ୟା ଯୋଗୁଁ ଗୋଞ୍ଚାରୋଭାଙ୍କୁ ଅଧିକାଂଶ ସମୟରେ ହସ୍ପିଟାଲରେ ରହିବାକୁ ପଡିଥାଏ। ୨୦୨୦ ଆରମ୍ଭ ଆଡକୁ ତାଙ୍କ ଅକ୍ସିଜେନ ସ୍ଥର ବହୁତ ଖସି ଯାଇଥିଲା। ଏହାପରେ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଦୁଇ ସପ୍ତାହ ହସ୍ପିଟାଲରେ ରହିବା ପରେ ତାଙ୍କ ଅକ୍ସିଜେନ ସ୍ଥର ସାମାନ୍ୟ ହୋଇଥିଲା। 

{"id":391611,"sizeSlug":"large","linkDestination":"none"}

୨୦୧୫ ମସିହାରେ ଗୋଞ୍ଚାରୋଭାଙ୍କ ମା ଋଷରୁ ଆମେରିକାକୁ ଆସିଥିଲେ। ସେ ଆଶା କରିଥିଲେ ଆମେରିକାରେ ଝିଅର ଅପରେସନ୍ କରାଇ ପାରିବେ। ଯେପରି ତାଙ୍କ ହୃଦୟର ହୋଲ ଭଲ ହୋଇଯିବ ଏବଂ ତାଙ୍କ ଝିଅର ସ୍ୱାସ୍ଥ୍ୟ ସାମାନ୍ୟ ଜୀବନ ବିତାଇ ପାରିବେ। କିନ୍ତୁ ଉଚ୍ଚ ରକ୍ତଚାପ ଯୋଗୁଁ ଗୋଞ୍ଚାରୋଭାଙ୍କ ଫୁସଫୁସ ଧମନୀ ପ୍ରଭାବିତ ହୋଇଥାଏ। ସେଥିପାଇଁ ଅପରେସନ୍ ସମ୍ଭବ ହୋଇପାରିନଥିଲା।

{"id":391612,"sizeSlug":"large","linkDestination":"none"}

ଗୋଞ୍ଚାରୋଭା କୁହନ୍ତି ଯେ ବେଳେ ବେଳେ ତାଙ୍କ ଅକ୍ସିଜେନ୍ ସ୍ଥର ବହୁତ ହ୍ରାସ ପାଇଥାଏ ଯାହାଫଳରେ ତାଙ୍କ ମୁଣ୍ଡ ବୁଲାଇଥାଏ। କିନ୍ତୁ ସେ ସବୁବେଳେ ଆକ୍ଟିଭ ରହିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି। ସାଙ୍ଗମାନଙ୍କ ସହ ଖେଳିବା, ଡ୍ୟାନ୍ସ କରିବା, ଗୀତ ଗାଇବା ତାଙ୍କୁ ବହୁତ ପସନ୍ଦ। କିନ୍ତୁ କରୋନା ମହାମାରୀ ଯୋଗୁଁ ତାଙ୍କୁ ବର୍ଷେ ହେଲା ଘରେ ହିଁ ସମୟ ବିତାଇବାକୁ ପଡୁଛି।

{"id":391618,"sizeSlug":"large","linkDestination":"none"}

ଗୋଞ୍ଚାରୋଭା ସୋସିଆଲ୍ ମିଡ଼ିଆରେ ବହୁତ ଆକ୍ଟିଭ୍ ରୁହନ୍ତି। ସେ ସବୁବେଳେ ମା'ଙ୍କ ସହ ଫଟୋ ସେୟାର୍ କରନ୍ତି ଏବଂ ନିଜ ଜୀବନ ସହ ଜଡିତ ଅପଡେଟ୍ ନିଜ ଫଲୋୟର୍ସଙ୍କ ସହ ସେୟାର କରନ୍ତି। ଗୋଞ୍ଚାରୋଭାଙ୍କୁ ଇନଷ୍ଟାଗ୍ରାମରେ ବହୁତ ପଜିଟିଭ୍ ମେସେଜ୍ ମିଳିଥାଏ। ଲୋକଙ୍କ ଏହିସବୁ ପଜିଟିଭ୍ ମେସେଜ୍ ପଢି ସେ ବହୁତ ଖୁସି ଅନୁଭବ କରନ୍ତି। ସେ କୁହନ୍ତି, ତାଙ୍କ ହୃଦୟ ଅନ୍ୟମାନଙ୍କ ଠାରୁ ଅଲଗା ନିଶ୍ଚୟ କିନ୍ତୁ ଏହା ଦୁର୍ଲଭ ଏବଂ ତାଙ୍କୁ ବହୁତ ପସନ୍ଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.