ପ୍ରେମିକ ସହ ଲୁଚି ପଳାଇବାରୁ ଗାଁ ଲୋକେ ଦେଲେ ଦଣ୍ଡ, ନାବାଳିକାଙ୍କୁ ଲଣ୍ଡା କରି ମୁହଁରେ କାଳି ବୋଳି ବୁଲାଇଲେ

Published By : Prameya-News7 Bureau | November 13, 2021 IST

ପାଟନ ୧୩/୧୧: ପ୍ରେମିକ ସହ ଲୁଚି ପଳାଇବାରୁ ନାବାଳିକାଙ୍କୁ ମିଳିଲା ଦଣ୍ଡ। ଗ୍ରାମବାସୀ ନାବାଳିକାଙ୍କୁ ଲଣ୍ଡା କରି ମୁହଁରେ କାଳି ବୋଳି ଗାଁ ଦାଣ୍ଡରେ ବୁଲାଇବା ନେଇ ଖବର ସାମ୍ନାକୁ ଆସିଛି। ଗୁଜୁରାଟର ପାଟନ ଜିଲ୍ଲାରେ ବୁଧବାର ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ପ୍ରେମିକ ସହ ଲୁଚି ପଳାଇଥିବାରୁ  ଆଦିବାସୀ ସଂପ୍ରଦାୟର ଲୋକେ ନାବାଳିକାଙ୍କୁ ଲଣ୍ଡା କରି ମୁହଁରେ କାଳି ବୋଳିଥିଲେ। ଏମିତି କରି ନାବାଳିକା ସଂପ୍ରଦାୟର ବଦନାମ କରିଥିବା ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ଝିଅଟିକୁ ଦଣ୍ଡ ଦେଇଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ମଧ୍ୟ ହେଉଛି।

କିଛି ଲୋକ ଶୁଦ୍ଧିକରଣ ନାଁରେ ନାବାଳିକାଙ୍କ ମୁଣ୍ଡନ କରୁଥିବା ବେଳେ ମୁହଁରେ କାଳି ବୋଳୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ପୀଡ଼ିତା ଚିତ୍କାର କରିଥିଲେ ବି ତାଙ୍କର ଗୁହାରୀ କେହି କର୍ଣ୍ଣପାତ କରୁନଥିଲେ। ଏହା ପରେ ଗ୍ରାମବାସୀ ପୁଅ-ଝିଅଙ୍କୁ ଗ୍ରାମ ପରିକ୍ରମା କରାଇଥିଲେ । ପୋଲିସର କହିବା ଅନୁଯାୟୀ, ନାବାଳିକାଙ୍କ ଉପରେ ଅତ୍ୟାଚାର କରିବା ପରେ ଘର ଲୋକେ ତାଙ୍କୁ ନିଜ ସଂପ୍ରଦାୟର ଅନ୍ୟ ଜଣେ ବ୍ୟକ୍ତି ସହ ବିବାହ କରିବାକୁ ବାଧ୍ୟ କରିଥିଲେ।

ଏହି ମାମଲାରେ ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ୨୦ ଜଣଙ୍କୁ ଗିରଫ କରିସାରିଛି ବୋଲି ପାଟନ ଏସପି କହିଛନ୍ତି । ଅନ୍ୟପଟେ ଯାହା ସହ ନାବାଳିକା ଲୁଚି ପଳାଇଥିଲେ ତା ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଯୁବକ ଜଣଙ୍କ ନାବାଳିକାଙ୍କୁ ଅପହରଣ କରିନେଇ ଖେଡ଼ା ଜିଲ୍ଳାରେ ରଖିଥିଲା। ସେଠାରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା ବୋଲି ମଧ୍ୟ ଯୁବକଙ୍କ ଉପରେ ଅଭିଯୋଗ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.