ଏମିତି ଏକ ଜାଗା ଯେଉଁଠାରେ ଯୁବକଙ୍କ ସହ ଦୁଷ୍କର୍ମ କରନ୍ତି ଯୁବତୀ; ଜାଣନ୍ତୁ ଦୁଷ୍କର୍ମ କରିବା ପରେ କ’ଣ କରନ୍ତି

Published By : Prameya-News7 Bureau | December 24, 2018 IST

ହରାରେ ୨୪|୧୨ : ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ଖବର ବହୁଳ ଭାବେ ଭାଇରାଲ ହେଉଛି । ଏହି ଖବର ପଢିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଏକ ଦେଶ ଅଛି ଯେଉଁଠି ଝିଅମାନଙ୍କୁ ନୁହେଁ ପୁଅମାନେ ଦୁଷ୍କର୍ମର ଶୀକାର ହେଉଛନ୍ତି ।

ଆଫ୍ରିକୀୟ ଦେଶ ଜିମ୍ବାଓ୍ବେରେ ପୋଲିସ ତିନି ଜଣ ଝିଅଙ୍କୁ ଏବେ ଖୋଜୁଛି । ଏହି ତିନି ଜଣ ଝିଅ ରାଜରାସ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ଦରମରା କରିଦେଇଥିଲେ ଏବଂ ଜବରଦସ୍ତି ସେହି ଯୁବକଙ୍କ ସହ ଦୁଷ୍କର୍ମ କରିଥିଲେ । କେବଳ ଏତିକି ନୁହେଁ ଏହାପରେ ସେମାନେ ଯୁବକଙ୍କ ସ୍ପର୍ମ ନେଇ ଫେରାର ହୋଇଯାଇଥିଲେ । ସେମାନଙ୍କ ନାଁରେ ଏଭଳି ଅଭିଯୋଗ ହୋଇଛି ।

{"id":66753}

ସୂଚନା ଅନୁସାରେ ଜିମ୍ବାଓ୍ବେର ବୁଲଓ୍ବାୟୋରେ ଏଭଳି ଘଟଣା ଘଟିଛି । ଜଣେ ଯୁବକ ରାସ୍ତାରେ ଚାଲି ଚାଲି  କୌଣସି ସ୍ଥାନକୁ ଯାଉଥିଲେ । ସେହି ସମୟରେ ତିନି ଜଣ ଯୁବତୀ ଗାଡିରେ ବସି ଯାଉଥିଲେ । ସେମାନେ ଯୁବକଙ୍କୁ ଦେଖି ଗାଡି ଅଟକାଇ ତାଙ୍କୁ ଲିଫ୍ଟ ଦେଲେ । ଯୁବକ ଜଣକ ଯେତେବେଳେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରୁ ଗାଡିରୁ ଓହ୍ଲାଇବା ପାଇଁ ଚାହିଁଲେ ସେତେବେଳେ ତିନିଜଣ ଯୁବକୀ ତାଙ୍କୁ ଗାଡିକୁ ଓହ୍ଲାଇବା ପାଇଁ ଦେଇନଥିଲେ । ତିନିଜଣ ମିଶି ଚଳନ୍ତା ଗାଡିରେ ଯୁବକଙ୍କ ସହ ଦୁଷ୍କର୍ମ କଲେ । ଦୁଷ୍କର୍ମ କରିବା ପରେ ତିନିଜଣ ମିଶି ଯୁବକଙ୍କର ସ୍ପର୍ମ ଏକ ପ୍ୟାକେଟ୍ ରେ ଭର୍ତ୍ତି କରିବା ପରେ ଯୁବକଙ୍କୁ ରାସ୍ତାରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ । ଯୁବକ ଜଣଙ୍କ ତାଙ୍କ ସହ ହୋଇଥିବା ପୂରା ଘଟଣା ପୋଲିସକୁ କହିଥିଲେ ।

ଆଫ୍ରିକାରେ କିଛି ବର୍ଷ ହେବ ଏହଳି ଘଟଣା ବଢିଯାଇଛି ଯେଉଁଠାରେ ଯୁବତୀମାନେ ଯୁବକଙ୍କ ସହ ଦୁଷ୍କର୍ମ କରୁଛନ୍ତି । ଯୁବକଙ୍କ ସ୍ପର୍ମ ଚୋରୀ କରିବା ପଛରେ ଏକ କାରଣ ରହିଛି । ସେଠାକାର ପୁରୁଣା ପ୍ରଥା ଅନୁସାରେ ସ୍ପର୍ମକୁ ଲକି ଚାର୍ମ ଜଣାଯାଉଥିଲା । ସେଠାକାର ଲୋକ ମାନୁଥିଲେ ଯେ ସ୍ପର୍ମକୁ ଏକାଠି ରଖିବା ଦ୍ବାରା ଭାଗ୍ୟ ଉଜ୍ଜ୍ବଳ ହୋଇଥାଏ । ସେହିଭଳି ଅନ୍ୟ କେତେକ ଲୋକ ମାନିଥାନ୍ତି ଯେ ଏହା ଦ୍ବାରା ବ୍ୟବସାୟ ଏବଂ ସ୍ବାସ୍ଥ୍ୟ ସବୁ ଠିକ୍ ଠାକ୍ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.