ଯୁବତୀଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ!

Published By : Prameya-News7 Bureau | December 24, 2019 IST

ବରଗଡ଼ ୨୪/୧୨: ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଟେମରୀମାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସେହି ଗ୍ରାମର ଜଣେ ଝିଅଙ୍କ କ୍ଷତବିକ୍ଷତ ମୄତ ଶରୀର ମିଳିଛି। ଯାହା ଅର୍ଧ ନଗ୍ନ ଜଣାପଡୁଛି।

{"id":201863,"sizeSlug":"large"}

ପାରିପାର୍ଶ୍ବିକ ସ୍ଥିତି ଅନୁସାରେ ଲୋକଙ୍କ କହିବା ମୁତାବକ ଏହା ଏକ ଦୁଷ୍କର୍ମ ଓ ହତ୍ୟା ସନ୍ଦେହ କରାଯାଉଛି । ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାର ଯାଞ୍ଚ ଆରମ୍ଭ କରିଛି ।  ସୂଚନା ଅନୁଯାୟୀ ଟେମରୀମାଲ ଗାଁର ଧନୁର୍ଯ୍ୟ ଏଣ୍ଡଜାଙ୍କ ଝିଅ ଲୁଭାବତୀ ଏଣ୍ଡଜା ଶୁକ୍ରବାର ଦିନ ସନ୍ଧ୍ୟାରେ ଶୌଚ ହେବା ପାଇଁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ। ଏ ନେଇ ତାଙ୍କ ଘର ଲୋକ ପାଇକମାଲ ଥାନା ରେ ଗତ ସୋମବାର ଦିନ ଅଭିଯୋଗ କରିଥିଲେ। ଆଜି ସକାଳୁ ଗାଁ ର କିଛି ଲୋକ ସେଇ ରାସ୍ତା ଦେଇ ଶୌଚ ହେବା ପାଇଁ ଯାଉଥିବାବେଳେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିଥିଲେ ଏବଂ ଗାଁ ଲୋକଙ୍କୁ ଓ ପୋଲିସକୁ ଖବର ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.