ରାସ୍ତାକଡରୁ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର; ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ

Published By : Prameya-News7 Bureau | January 04, 2019 IST

ବଣାଇ ୪/୧ : ରାସ୍ତାକଡରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି | ବଣାଇ ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ କସଡା ଛକ ନିକଟରୁ ମିଳିଲା ମୃତଦେହ | ତାଙ୍କୁ କେହି ହତ୍ୟା କରି ସେଠରୀ ନେଇ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି | ମୃତ୍ୟୁର କାରଣ ଜଣାପଡିନାହିଁ | ଘଟଣାସ୍ଥଳରେ ଟିକାୟତପାଲ୍ଲୀ ପୋଲିସ ପହଂଚି ଯୁବତୀଙ୍କ ଶବ ଜବତ କରି ତଦନ୍ତ କରୁଛି |


ଯୁବତୀଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିଵାବରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି | ଟିକାୟତପାଲ୍ଲୀ ଥାନାରେ କୌଣସି ନିଖୋଜ କିମ୍ବା ଅପହରଣ ମାମଲା ରୁଜ୍ଜୁ ହୋଇନଥିବା ଯୋଗୁଁ ଟିକାୟତପାଲ୍ଲୀ ପୋଲିସ ଆଖପାଖ ଅଂଚଳରେ ଲୋକଙ୍କୁ ପଚରାଉଚୁରା କରୁଛି | ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.