ମୁଣ୍ଡକାରୁ ଜିନ୍ସ ପିନ୍ଧା ଅର୍ଦ୍ଧନଗ୍ନ ଯୁବତୀଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର : ଦୁଷ୍କର୍ମ ଓ ହତ୍ୟା ସନ୍ଦେହ, ମିଳୁନି ପରିଚୟ
19/10/2018 at 4:40 PM

ନୂଆଦିଲ୍ଲୀ ୧୯/୧୦: ମୁଣ୍ଡକା ମେଟ୍ରୋ ଷ୍ଟେସନରୁ ପ୍ରାୟ ୫୦୦ମିଟର ଦୂରରେ ଥିବା ଏକ ପଡ଼ିଆରେ ଜଣେ ଯୁବତୀଙ୍କ ମୁଣ୍ଡବିହୀନ ଶବ ମିଳିଛି। ମୃତ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି। ଦୁର୍ବୃତ୍ତମାନେ ଯୁବତୀଙ୍କ ପରିଚୟ ନମିଳିବା ପାଇଁ ତାଙ୍କ ମୁଣ୍ଡକୁ ଅନ୍ୟ କେଉଁ ସ୍ଥାନରେ ପକାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ପାଇଁ ଯୁବତୀଙ୍କର ପରିଚୟ ଖୋଜିବା ଗୁରୁତ୍ବପୂର୍ଣ ହୋଇଛି।
ପୋଲିସ୍ କର୍ମଚାରୀଙ୍କ କହିବା ମୁତାବକ କିଛି ସଫେଇ କର୍ମଚାରୀ ଶବକୁ ପ୍ରଥମେ ଦେଖିଥିଲେ। ସେମାନେ ଏହି ସୂଚନା ପାଖରେ ଥିବା ଏକ ନିର୍ମାଣାଧୀନ କୋଠାରେ କାର୍ଯ୍ୟରତ ଶ୍ରମିକ ଏବଂ ନିକଟରେ ଥିବା ଏକ ବିଦ୍ୟାଳୟର କର୍ମଚାରୀଙ୍କୁଙ୍କୁ ଦେଇଥିଲେ।
ଯୁବତୀଙ୍କ ବୟସ ପାଖାପାଖି ୨୨ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ଶରୀରରେ ଧାରୁଆ ଅସ୍ତ୍ରରେ କଟାଯାଇଥିବାର ଦାଗ ରହିଛି। ଯୁବତୀଜଣକ ଜିନସ ପ୍ୟାଣ୍ଟ ପିନ୍ଧିଛନ୍ତି । ଶବ ଦେହରେ କୈାଣସି ଏପରି ଜିନିଷ ନାହିଁ, ଯେଉଁଥିରୁ ତାଙ୍କ ପରିଚୟ ମିଳିପାରିବ। ଶବଟି ୩/୪ଦିନ ହେବ ସେଠାରେ ପଡ଼ିରହିଛି। ପରିସ୍ଥିତିରୁ ଅନୁମାନ କରାଯାଉଛି ଯେ ଯୁବତୀଙ୍କୁ ଅନ୍ୟ କୋଉଠି ହତ୍ୟା କରିବା ପରେ ଏଠାରେ ଫିଙ୍ଗି ଦିଆଯାଇଛି।
ମୃତ ଯୁବତୀ ଜିନ୍ସ ପ୍ୟାଣ୍ଟ ପିନ୍ଧିଥିଲେ ମଧ୍ୟ ତାହା ତଳକୁ ଖସିଯାଇଛି। ତାଙ୍କ ଦେହରେ ଥିବା ପୋଷାକକୁ ଦେଖିଲେ ଲାଗୁଛି ତାଙ୍କୁ ଦୁଷ୍କର୍ମ କରାଯାଇଛି। ଶବର ପରିଚୟ ନିମନ୍ତେ ପୋଲିସ୍ ଆଖପାଖର ଥାନା ସହିତ ଯୋଗାଯୋଗ କରିଛି। ପୋଲିସ୍ କର୍ମଚାରୀଙ୍କ କହିବା ଅନୁସାରେ ଯେଉଁଠାରେ ଶବକୁ ଫିଙ୍ଗାଯାଇଛି ସେଠାରେ ଆଖପାଖରେ କୈାଣସି ଯାଗାରେ ସିସିଟିଭି ଲାଗିନାହିଁ। ୫୦୦ମିଟର ଦୂରରେ ମେଟ୍ରୋ ଷ୍ଟେସନରେ ସିସିଟିଭି ଅଛି କିନ୍ତୁ ଏହାକୁ ମଧ୍ୟ ବାହାର କରିବାକୁ ଉଦ୍ୟମ କରାଯାଉଛି।