ନୀଳଗିରି ମହିଳା କଲେଜରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | September 28, 2018 IST

ବାଲେଶ୍ୱର ୨୮/୯ : ବାଲେଶ୍ଵର ଜିଲ୍ଲା ନୀଳଗିରି ମହିଳା ମହାବିଦ୍ୟାଳୟରେ ଥିବା ଛାତ୍ରୀ ନିବାସରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ସିଂଲା ଥାନା ଅଧିନ ବାସୁଳି ଡିଗା ଗ୍ରାମର ବାବାଜୀ ଚରଣ ଦେଙ୍କ ଝିଅ ସସ୍ମିତା ଦେ ନୀଳଗିରି ମହିଳା କଲେଜରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଭାବେ ପଢୁଥିଲେ । ସେ କଲେଜ ପରିସରରେ ମେଷରେ ରହୁଥିଲେ । ଆଜି ଦିନ ୧୧ଟା ରେ ତାଙ୍କର ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏକ ଫେନରେ ଓଢଣୀ ଲଗାଇ ଝୁଲୁଥିବାର ଦେଖିବାକୁ ମିଳିଥିଲା । ନୀଳଗିରି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.