Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ମନ୍ଦିର ଆଗରେ ଥିବା ଭଙ୍ଗାଘରୁ ମିଳିଲା ସପ୍ତାହ ତଳେ ନିଖୋଜ ଥିବା ଯୁବତୀର ଶବ

13/03/2019 at 5:50 PM

କାନପୁର ୧୩/୩-ମନ୍ଦିର ଆଗରେ ଥିବା ଭଙ୍ଗାଘରୁ ମିଳିଲା  ଜଣେ ଯୁବତୀ ଶବ । ସପ୍ତହ ତଳେ ନିଖୋଜଥିବା ନେଇ ଥାନାରେ ପରିବାର ଲୋକ କରିଥିଲେ ଅଭିଯୋଗ ।

ଏଭଳି ଅଭାବନୀୟ ଘଟଣା ଘଟିଛି କାନପୁର ମସଗାଁ ଥାନା ଅଂଚଳରେ । ଶୌଚ ହେବାକୁ ଯାଇଥିବା କାମିନୀ ନାମକ ଯୁବତୀ ଘରକୁ ଫେରି ନଥିଲା । ବହୁତ ଖୋଜାଖୋଜି ପରେ ପରିବାର ଲୋକ କୌଣସି ସ୍ଥାନରେ ପାଇ ନଥିଲେ । ଏ ବାବଦରେ ଥାନାରେ ମଧ୍ୟ ଆଣିଥିଲେ ଅଭିଯୋଗ ।

ସପ୍ତାହ ପରେ ଗାଁ ମନ୍ଦିର ସାମ୍ନାରେ ଥିବା ଏକ ଭଙ୍ଗାଘର ଭିତରେ କୁକୁର କିଛି ଟାଣି ଖାଉଥିବାର ଲୋକ ଦେଖିବାକୁ ପାଇଥିଲେ । ପଚିସଢ଼ି ଯାଇଥିବା ଜଣେ ଯୁବତୀର ଶବ ଦେଖି ରୁଣ୍ଡ ହୋଇଥିଲେ । ଶବଟି ପଚିଯାଇଥିବାରୁ ଚିହ୍ନିବାର ଅସୁବିଧା ହେଲେ ବି ପରିବାର ଲୋକଙ୍କ ତରଫରୁ ପୋଷାକ ଦେଖି ଚିହ୍ନଟ କରିଥିଲେ ।

ଶବଟି ମନ୍ଦିର ସାମ୍ନାରେ ଏକ ପରିତ୍ୟକ୍ତ ଘରୁ ଇଟା ଭିତରୁ ସ୍ଥାନୀୟ ପୋଲିସ ଜବତ କରିଥିଲା ।

ମସଗାଁରେ ରହୁଥିବା ବଲବୀର ଯାଦବଙ୍କ ବଡ଼ ଝିଅଥିଲା କାମିନୀ । ବଲବୀର ଯାଦବଙ୍କ ଆଉ ଗୋଟିଏ ପୁଅ ସହିତ ସାନ ଝିଅ ବି ଥିଲା । କାମିନୀ ଇଣ୍ଟରକ୍ଲାସରେ ପଢ଼ୁଥିଲା । ଏହି ହତ୍ୟାକାଣ୍ଡ ପଛରେ କୌଣସି ପୂର୍ବ ଶତ୍ରୁତା କିମ୍ବା ପ୍ରେମ ବ୍ୟାପାର ଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି ।

ଏହି ଘଟଣାରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ପୋଲିସ ।

   Related Posts