Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବତୀ ଚାଲାଣକାରୀ ଗିରଫ : ବେଶ୍ୟାବୃତ୍ତି ପାଇଁ ଝାଡ଼ଖଣ୍ଡ ଏବଂ ଓଡ଼ିଶାରୁ ଦିଲ୍ଲୀକୁ କରାଯାଉଥିଲା ଚାଲାଣ

21/07/2019 at 2:59 PM

 ଖୁଣ୍ଟି ୨୧/୭: ଝାଡ଼ଖଣ୍ଡର ଖୁଣ୍ଟିରୁ ଗିରଫ ହୋଇଥିବା ମାନବ ଚାଲାଣକାରୀ ପନ୍ନା ଲାଲ ମାହାତୋ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁଦୂରବର୍ତ୍ତୀ ଅଞ୍ଚଳର ଆଦିବାସୀ ନାବାଳକ ଏବଂ ନାବାଳିକାଙ୍କୁ ନିଜ ମାୟାଜାଲରେ ଫସାଇଥିଲା। ତା’ ବିରୋଧରେ ପାଖାପାଖି ୫,୦୦୦ ନାବାଳକ ଏବଂ ନାବାଳିକାଙ୍କୁ ବିକ୍ରି କରିବାର ଅଭିଯୋଗ ରହିଛି। ପନ୍ନା ଲାଲ ମାହାତୋ ଦୀର୍ଘ ଦିନରୁ ମାନବ ଚାଲାଣ ମାମଲାରେ ଝାଡ଼ଖଣ୍ଡରୁ ଦିଲ୍ଲୀ ସମେତ ଅନ୍ୟ ବଡ଼ ସହରରେ କୁଖ୍ୟାତ। ସେ ଅନେକ ଯୁବତୀଙ୍କୁ ବେଶ୍ୟାବୃତ୍ତି ଧନ୍ଦାରେ ନିୟୋଜିତ କରିବାର ଘଟଣା ସାମନାକୁ ଆସିଛି।

ପନ୍ନା ଲାଲର ନାଁ ତାର ଶୁଣ୍ଟି,ଗୁମଲା ଏବଂ ସିମଡ଼େଗା ଜିଲ୍ଲା ସହ ଜଡ଼ିତ। ସେ ଦିଲ୍ଲୀରେ ଥିବା ପ୍ଲେସମେଣ୍ଟ ଏଜେନ୍ସିର ମଧ୍ୟ ସଞ୍ଚାଳକ। କୁଖ୍ୟାତ ମାନବ ଚାଲାଣକାରୀ ପନ୍ନା ଲାଲର ଇତିହାସ ବହୁତ ଲମ୍ବା। ପୋଲିସଙ୍କ କହିବାନୁସାରେ ପନ୍ନା ଲାଲ ନିଜେ ଦଲାଲ ମାଧ୍ୟମରେ ଚାଲାଣ ପୂର୍ବରୁ ପିଲାମାନଙ୍କୁ ଦିଲ୍ଲୀରେ ଥିବା ପ୍ଲେସମେଣ୍ଟ ଏଜେନ୍ସି ବିର୍ସା ଭଗବାନ ଟ୍ରାଇବାଲ ଓ୍ବେଲଫେୟାର,ଗାୟତ୍ରୀ ଏଣ୍ଟରପ୍ରାଇଜର୍ସ ଏବଂ ଲକ୍ଷ୍ମୀ ପ୍ଲେସମେଣ୍ଟ ସର୍ଭିସ୍ ପହଞ୍ଚାଉଥିଲା।

ଏହାପରେ ତାଙ୍କୁ ସେଠାରୁ ମୂଲ ଏବଂ ବେଶ୍ୟାବୃତ୍ତି ପାଇଁ ବଡ଼ ସହରରେ ବିକ୍ରି କରାଯାଉଥିଲା। ଏହି ଚାଲାଣ ଟଙ୍କାରେ ସେ ରାଞ୍ଚି,ଖୁଣ୍ଟି ଏବଂ ଦିଲ୍ଲୀରେ କୋଟି କୋଟି ଟଙ୍କାର ଜମି କିଣିଛନ୍ତି। ଏହାର ସୂଚନା ମଧ୍ୟ ପୋଲିସ ହାତରେ ଲାଗିଛି। ମାନବ ଚାଲାଣ ଅଭିଯୋଗରେ ପନ୍ନାଲାଲ ମାହାତୋ ଏବଂ ତାଙ୍କ ପତ୍ନୀ ସୁନିତା କୁମାରୀକୁ ଦିଲ୍ଲୀ ପୋଲିସ୍ କ୍ରାଇମ ବ୍ରାଞ୍ଚ ଝାଡ଼ଖଣ୍ଡ ପୋଲିସ ସହ ୨୦୧୪ମସିହା ଅକ୍ଟୋବର ୧୮ତାରିଖରେ ଗିରଫ କରାଯାଇଥିଲା।

୩୭ବର୍ଷ ବୟସ୍କ ପନ୍ନାଲାଲ ଖୁଣ୍ଟିର ଗଲୋୟା ଗାଁରେ ଜନ୍ମଗ୍ରହଣ କରିଥିଲା। ସେ ଏଠାକାର ଝିଅମାନଙ୍କୁ ମଧ୍ୟ ଛାଡ଼ୁନଥିଲା। ଖୁଣ୍ଟିର ବିରସା କଲେଜରେ ସେ ଦ୍ବାଦଶ ଶ୍ରେଣୀ ଯାଏଁ ପଢ଼ିଥିଲା। ୨୦୦୨ମସିହାରେ ସେ ଦିଲ୍ଲୀ ପହଞ୍ଚି ନକଲି ପ୍ଲେସମେଣ୍ଟ ଏଜେନ୍ସି ଖୋଲିଥିଲା।

ସୂଚନା ଅନୁସାରେ ପନ୍ନାଲାଲ ଏବଂ ତା’ର ସହଯୋଗୀର ୩୪ଟି ପ୍ଲେସମେଣ୍ଟ ଏଜେନ୍ସି ରହିଛି ଯାହା ଜରିଆରେ ସେ ମାନବ ଚାଲାଣର ବ୍ୟବସାୟ କରୁଥିଲା। ଏହି ଏଜେନ୍ସି ମାଧ୍ୟମରେ ପନ୍ନାଲାଲକୁ ମୋଟା ଆକାରର କମିଶନ ମିଳୁଥିଲା।

   Related Posts