Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିଦ୍ୟାଳୟରେ ଛାତ୍ରୀ, ବାହାରେ ତାଲା: ଅଚେତ ଅବସ୍ଥାରେ ଉଦ୍ଧାର, ଅବହେଳା ନା ଆକ୍ରୋଶ ଉଠିଲା ପ୍ରଶ୍ନ

13/04/2021 at 9:32 AM

ଗଞ୍ଜାମ୧୩/୪ : ଗଞ୍ଜାମ ସାନଖେମୁଣ୍ଡି ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀକୁ ତାଲା ପକାଇଲେ ଶିକ୍ଷକ । ପାଟପୁର ଥାନାରେ ଅଭିଯୋଗ ପରେ ପୋଲିସରେ ଉପସ୍ଥିତିରେ ତାଲା ଖୋଲାଯିବାରୁ ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ଛାତ୍ରୀ ।

ସୂଚନା ଥାଉକି ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ସକାଳୁ ବିଦ୍ୟାଳୟକୁ ଯାଇ ଫେରି ନଥିଲେ । ଅଭିଭାବକ ବହୁ ଖୋଜାଖୋଜି ପରେ ବିଦ୍ୟାଳୟ ପରିସରରେ ଛାତ୍ରୀ ଜଣଙ୍କ ଅଚେତ ଅବସ୍ଥାରେ ପଡି ରହିଥିଲେ । ପରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ବିଦ୍ୟାଳୟ ସଭାପତିଙ୍କ ଉପସ୍ଥିତିରେ ତାଲା ଖୋଲି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା । ତେବେ ଛାତ୍ରୀ ଜଣଙ୍କ କହିବା ମୁତାବକ  ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜାଣି ଶୁଣି ତାଲା ପକାଇ ଚାଲିଯାଇଛନ୍ତି ।

ଛାତ୍ରୀ ଜଣଙ୍କ ସ୍କୁଲ ଛୁଟି ସମୟରେ ପରିସ୍ରାଗାର ଯାଇଥିଲେ ସେ ଫେରିଲା ବେଳକୁ ଦେଖିଥିଲେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଚାଲି ଯାଇଥିଲେ । ପରେ ଦୀର୍ଘ ସମୟ ହେବାରୁ  ଛାତ୍ରୀ ଜଣଙ୍କ ଅସୁସ୍ଥତା ଅନୁଭବ କରି ବାରଣ୍ଡାରେ ପଡି ରହିଥିଲେ । ତାଲା ଖୋଲିଲା ପରେ ଅଭିଭାବକ ଆଡ଼ପଡ଼ା ମେଡ଼ିକାଲ ନେଇଥିଲେ । ସେପଟେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା କହିଛନ୍ତି ଯେ ତାଲା ପକାଇବା ସମୟରେ ପରିସର ମଧ୍ୟରେ କେହି ନଥିଲେ । ଛାତ୍ରୀ ଜଣଙ୍କ କିଭଳି ଆସିଲେ ଆମେ ଜାଣି ନାହୁଁ । ତେବେ ସ୍କୁଲ ସଭାପତି କହିଛନ୍ତି ସ୍କୁଲକୁ ବଦନାମ କରିବାକୁ ଏହା ଏକ ଚକ୍ରାନ୍ତ । ସେପଟେ ଅଭିଭାବକ କହିଛନ୍ତି ନ୍ୟାୟ ନମିଳିଲେ ଆମେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବୁ ।

   Related Posts