ସିଆଇଆଇ ଡେଲୋଟିର ରିପୋର୍ଟ: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହି କୋର୍ସ ପ୍ରତି ଅଧିକ ରୁଚି ରଖିନ୍ତି ଝିଅମାନେ, ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | November 15, 2019 IST

ନୂଆଦିଲ୍ଲୀ୧୫/୧୧: ଉଚ୍ଚ ଶିକ୍ଷାର ସ୍ଥିତି ଉପରେ ସିଆଇଆଇ-ଡେଲୋଟି ଏକ  ରିପୋର୍ଟ ଜାରି କରିଛି। ରିପୋର୍ଟ ଅନୁସାରେ ଉଚ୍ଚ ଶିକ୍ଷାଲାଭ କରିବା ପାଇଁ ଭାରତରେ ୩ କୋଟି ୨୬ ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ଛାତ୍ର ଓ ୪୮ ପ୍ରତିଶତ ଛାତ୍ରୀ ରହିଛନ୍ତି।  ଭାରତରେ ସବୁଠୁ ଅଧିକ ୮୧.୧୪ ପ୍ରତିଶତ ଅଣ୍ଡର ଗ୍ରାଜୁଏଟ୍‌  କୋର୍ସରେ ରହିଛନ୍ତି। ସେହିପରି ପୋଷ୍ଟ ଗ୍ରାଜୁଏଟ୍‌ କୋର୍ସରେ ୯ ପ୍ରତିଶତ ଓ ଡିପ୍ଲମା କୋର୍ସରେ ୭.୯୬ ପ୍ରତିଶତ ଛାତ୍ରଛାତ୍ରୀ ନାମ  ଲେଖାଇଛନ୍ତି।

ରିପୋର୍ଟ ଅନୁସାରେ ଏମଫିଲ୍‌ କୋର୍ସରେ ସବୁଠୁ ଅଧିକ ୬୩.୮ ପ୍ରତିଶତ ଛାତ୍ରୀ ନାମ ଲେଖାଇଛନ୍ତି। ସେହିପରି ପିଏଚଡି କୋର୍ସରେ ୯୨,୫୭୦ ଛାତ୍ର ଓ ୬୮,୮୪୨ ଜଣ ଛାତ୍ରୀ ନାମ ଲେଖାଇଛନ୍ତି। ଯଦି ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ କଥା କହିବା ତେବେ ତାଙ୍କ ଜନସଂଖ୍ୟା ତୁଳନାରେ ୩୫ ପ୍ରତିଶତ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ନାମ ଲେଖାଇଛନ୍ତି। ସେହିପରି ଉଚ୍ଚ ଶିକ୍ଷାଲାଭ ପାଇଁ ଅନୁସୂଚିତ ଜାତିର ୧୪.୪ ପ୍ରତିଶତ ଛାତ୍ରଛାତ୍ରୀ, ଅନୁସୂଚିତ ଜନଜାତିର ୫.୨ ପ୍ରତିଶତ ଛାତ୍ରଛାତ୍ରୀ ଓ ମୁସ୍‌ଲିମ ସମ୍ପ୍ରଦାୟର ୫ ପ୍ରତିଶତ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

ସୂଚନା ଅନୁସାରେ ୨୦୧୪-୧୫ ମସିହାରେ ଭାରତରେ ୭୬୦ ବିଶ୍ବ ବିଦ୍ୟାଳୟ ଥିଲା। କିନ୍ତୁ ଏବେ ଅର୍ଥାତ ୨୦୧୮-୧୯ ମସିହାରେ ଭାରତରେ  ୯୦୩ ବିଶ୍ବ ବିଦ୍ୟାଳୟ ରହିଛି। ରାଜସ୍ଥାନରେ ସବୁଠୁ ଅଧିକ ୭୯ଟି ବିଶ୍ବ ବିଦ୍ୟାଳୟ ରହିଛି। ସେହିପରି ଉତ୍ତରପ୍ରଦେଶରେ ୭୬,  ଗୁଜୁରାଟରେ ୬୫, କର୍ଣ୍ଣାଟକରେ ୬୦ ଓ ତାମିଲନାଡୁରେ ୫୮ ବିଶ୍ବ ବିଦ୍ୟାଳୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.