ପ୍ରେମିକାକୁ ଲୁଚିଲୁଚି ଦେଖା କରିବା ପଡ଼ିଲା ମହଙ୍ଗା, ପଥରରେ ଛେଚି ହତ୍ୟାକଲା ପ୍ରେମିକାର ଭାଇ
29/01/2019 at 5:55 PM

ଲୋହରଦଗା ୨୯/୧-ପ୍ରେମ ପାଇଁ ଯୁବକଙ୍କୁ ଦେବାକୁ ପଡ଼ିଲା ଜୀବନ । ପ୍ରେମିକାକୁ ଦେଖା କରିବାକୁ ଯାଇ ପ୍ରେମିକାର ଭାଇ ହାତରେ ପଡ଼ିଲା ଧରା । ଭଉଣୀକୁ ପ୍ରେମ କରିବା ରାଗରେ ଭାଇ ହତ୍ୟାକଲା ଯୁବକଙ୍କୁ ।
ଏହିଭଳି ଅଭାବନୀୟ ଘଟଣା ଘଟିଛି ଲୋହରଦଗା ଜିଲ୍ଲା ତୁରପା ଗାଁରେ । ସନ୍ତୋଷ ଓ ରିତେଶ ଦୁଇଜଣ ଘନିଷ୍ଠ ବନ୍ଧୁ ତିଲେ । ରିତେଶ ଶଶ୍ବରଘର ଯିବାପାଇଁ ସନ୍ତୋଷକୁ ଡ଼ାକିଥିଲା । ରିତେଶ ଘନିଷ୍ଠ ବନ୍ଧୁ ଥିବାରୁ ସନ୍ତୋଷକୁ ଶଶ୍ବରଘରକୁ ଡ଼ାକିଥିଲା ଯିବାପାଇଁ । କିନ୍ତୁ ଶଶ୍ବରଘର ପାଖ ପଡ଼ୋଶୀ ଜଣେ ଝିଅ ସହିତ ପ୍ରେମ ସଂପର୍କ ଯୋଡ଼ି ହୋଇଥିଲା ସନ୍ତୋଷର । ରିତେଶ ଶଶ୍ଵରଘର ଗଲେ ସନ୍ତୋଷ ମଧ୍ୟ ତା ସହିତ ସବୁବେଳେ ଯାଉଥିଲା ।
ଏହି ଯିବାଆସିବା ସମୟରେ ରିତେଶ ଶଶ୍ବର ଘର ଗାଁରେ ଜଣେ ଝିଅସହିତ ପ୍ରେମ ସଂପର୍କ ତିଆରି ହୋଇଥିଲା । ସନ୍ତୋଷ ଦିନେ ପ୍ରେମିକାକୁ ଦେଖା କରିବା ଯୁବତୀଙ୍କ ଗାଁ ମୁରପା ଯାଇଥିଲା । ଘଟଣାର ସଂଧ୍ୟାରେ ଯୁବତୀଙ୍କ ସହ ଦେଖାକରିବାକୁ ଯାଇଥିଲା ସନ୍ତୋଷ ।ସେମାନେ ଘରଠାରୁ କିଛିଦୂର ଜଙ୍ଗଲିଆ ସ୍ଥାନରେ କଥାହେଉଥିଲେ । ଏହି ସମୟରେ ଯୁବତୀଙ୍କ ଭାଇ ସେମାନଙ୍କୁ ଦେଖିଦେଇଥିଲା । ଫଳରେ ଯୁବତୀଙ୍କ ଭାଇ ଉତକ୍ଷିପ୍ତ ହୋଇ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ।
ଏହି ଘଟଣାର ପ୍ରତିବାଦ କରିବାରୁ ଯୁବତୀଙ୍କୁ ମଧ୍ୟ ତାଙ୍କ ଭାଇ ପ୍ରବଳ ମାଡ଼ ମାରିଥିଲେ । ପଥରରେ ଛେଚି ହତ୍ୟାକଲା ପରେ ଯୁବକ ଫେରାର ଥିବାବେଳେ ଏହି ଘଟଣାରେ ପୋଲିସ ତଦନ୍ତ ଚଳାଇଛି ।