ଅନ୍ୟ ଯୁବତୀଙ୍କ ସହ ରୁମ୍‌ରେ ଥିଲେ ଯୁବକ, ହଠାତ୍‌ କବାଟ୍‌ ବାଡ଼େଇଲେ ଗର୍ଲଫ୍ରେଣ୍ଡ୍‌, ଦେଖନ୍ତୁ କଣ ହେଲା...

Published By : Prameya-News7 Bureau | September 12, 2021 IST

ନୂଆଦିଲ୍ଲୀ, ୧୨/୦୯: ଦିନ କୁଦିନ ପରକୀୟା ପ୍ରୀତି ସମ୍ୱଦ୍ଧିତ ମାମଲା ବଢ଼ିବାରେ ଲାଗିଛି । ଏହି କାରଣରୁ ବ୍ୟକ୍ତିଗତ ଜୀବନରେ କଳି ସୃଷ୍ଟି ହେବା ସହିତ ସଂପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇଛି । ସେହିଭଳି ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଏଥିରେ ଜଣେ ଯୁବକଙ୍କ ପ୍ରେମିକା ଘରର ମୁଖ୍ୟ କବାଟକୁ ବାଡ଼େଉଥିବା ବେଳେ ପ୍ରେମିକଙ୍କୁ ବାଲ୍‌କୋନି ଉପରେ ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ପ୍ରେମିକ ଜଣକ ଭିତରେ ଥିବା ଯୁବତୀଙ୍କୁ ବାଲକୋନିରୁ ତଳକୁ ଓହ୍ଲାଇ ଦେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଆଖପାଖରେ ଥିବା ଲୋକ ଛିଡ଼ା ହୋଇ ତାମସା ଦେଖୁଥିବାର ମଧ୍ୟ ନଜର ଆସୁଛନ୍ତି ।

ଏହି ଘଟଣାଟି ଦକ୍ଷିଣ ଆମେରିକାର କଲୋମ୍ୱିଆର ହୋଇଥିବା ଜଣାପଡ଼ିଛି। ଦ ସନ୍‌ ଖବରକାଗଜ ମୁତାବିକ ଜଣେ ବ୍ୟକ୍ତିଙ୍କ ଗାର୍ଲଫ୍ରେଣ୍ଡ ଘର ବାହାରେ ଅଚାନକ ପହଞ୍ଚି କବାଟ ଠକ୍‌ ଠକ୍‌ କରିଥିଲେ । ସେହି ସମୟରେ ବ୍ୟକ୍ତି ଜଣକ ଘରର ବାଲ୍‌କୋନିରେ ଜଣେ ଯୁବତୀଙ୍କୁ ତଳକୁ ବିପଦପୂର୍ଣ୍ଣ ଭାବେ ଓହ୍ଲାଇ ଦେଇଥିଲେ । ଏହାକୁ ଦେଖି ପାଖରେ ରହୁଥିବା ବାସିନ୍ଦା ଏକାଠି ହୋଇଯାଇଥିଲେ । ପ୍ରେମିକା କବାଟ ଖୋଲି ଭିତରକୁ ଯିବା କ୍ଷଣି ଯୁବତୀ ବାଲ୍‌କୋନିରୁ ଓହ୍ଲାଇ ଏକ ପେଟି ଭିତରେ ଲୁଚି ଯାଇଥିଲେ । କିନ୍ତୁ ହଠାତ୍‌ ଗାର୍ଲଫ୍ରେଣ୍ଡ୍‌ ବାହାରକୁ ଆସି ଯୁବତୀଙ୍କୁ ଖୋଜିଥିଲେ ।

wp:html /wp:html

ପରେ ଏହା ଜାଣିପାରି ଉକ୍ତ ଯୁବତୀ ସେଠାରୁ ଉଠି ଦୌଡ଼ିବାକୁ ଲାଗିଥିଲେ । ତାଙ୍କ ପଛେପଛେ ଗାର୍ଲଫ୍ରେଣ୍ଡ୍‌ ଜଣକ ତାଙ୍କୁ ଧରିବା ପାଇଁ ମଧ୍ୟ ଦୌଡ଼ିଥିଲେ । ହେଲେ ଯୁବତୀଙ୍କୁ ଧରିପାରିଲେ କି ନାହିଁ ତାହା ଏଥିରେ ସ୍ପଷ୍ଟ ହୋଇନାହିଁ ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.