Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଅନ୍ୟ ଯୁବତୀଙ୍କ ସହ ବନ୍ଧୁତ୍ବ କରିବା ପଡିଲା ମହଙ୍ଗା : ଛୁରୀ ଭୁସି ପ୍ରେମିକଙ୍କୁ ହତ୍ୟା କଲା ପ୍ରେମିକା

24/08/2019 at 11:10 AM

ଗୌହାଟୀ ୨୪|୮: ପ୍ରେମ ସଂପର୍କରେ ଫାଟ ସୃଷ୍ଟି ହେବା ଯୋଗୁଁ ଆଜିକାଲି ପ୍ରେମିକ ଏବଂ ପ୍ରେମିକାଙ୍କ ମଧ୍ୟରେ ମାରପିଟ ଲାଗୁଥିବା ଦେଖିବାକୁ ମିଶୁଛି । ଏମିତିକି ଏହାକୁ ନେଇ ହତ୍ୟା ଘଟଣାମାନ ଘଟୁଛି । ଏଭଳି ଏକ ଘଟଣା ଗୌହାଟୀରେ ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ପାଇଁ ପ୍ରେମିକାଙ୍କୁ ଛାଡି ଅନ୍ୟ ଯୁବତୀଙ୍କ ସହ ବନ୍ଧୁତ୍ବ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏଭଳି ଘଟଣା ଆସାମ ବରପେଟା ଜିଲ୍ଲାର ନଙ୍ଗାଓ୍ବ ବାସୋଇ ବନିକଣ୍ଟା କଲେଜରେ ଘଟିଛି । ଏଠାରେ ଜଣେ ଯୁବତୀ ଛୁରୀ ଭୁସି ନିଜ ପ୍ରେମିକଙ୍କୁ ହତ୍ୟା କରିଛି ।

ପୋଲିସର ସୂଚନା ଅନୁସାରେ ଏହି କଲେଜରେ ପଢୁଥିବା ମହିଦୁଲ ଇସଲାମ୍ ନାମକ ଯୁବକଙ୍କୁ ହତ୍ୟା କରାଯାଇଛି । ଆଉ କେହି ନୁହଁ ତାଙ୍କୁ ତାଙ୍କ ପ୍ରେମିକା ଛୁରୀ ଭୁସି ହତ୍ୟା କରିଛି । ଏହି ହତ୍ୟା ଘଟଣାରେ ଛୁରୀ ଭୁସିଥିବା ଯୁବତୀଙ୍କର ସାଙ୍ଗମାନଙ୍କର ମଧ୍ୟ ହାତ ଥିବା ଆଶଙ୍କା କରାଯାଉଛି । ଘଟଣା ପରେ ମୃତ ଯୁବକଙ୍କ ପରିବାରଲୋକ ତାରାବାଡି ପୋଲିସ ଥାନାରେ ହତ୍ୟା ମାମଲା ରୁଜୁ କରିଛନ୍ତି ।

ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ହତ୍ୟା କରିଥିବା ଯୁବତୀଙ୍କ ସହ ମହିଦୁଲଙ୍କର ବହୁ ଦିନ ଧରି ପ୍ରେମ ସଂପର୍କ ଥିଲା । ମାତ୍ର ତିନି ଦିନ ପୂର୍ବରୁ ମହିଦୁଲ ଅନ୍ୟ ଜଣେ ଯୁବତୀଙ୍କ ସହ ବନ୍ଧୁତ୍ବ କରିଥିଲେ । ଯାହା ଫଳରେ ତାଙ୍କ ପ୍ରେମିକା ରାଗିଯାଇ ପ୍ରେମିକ ମହିଦୁଲଙ୍କୁ କଲେଜ ନିକଟରେ ଦେଖା କରିବାକୁ ଡାକିଥିଲେ । ମହିଦୁଲ ସେଠାକୁ ଆସିବାରୁ ଯୁବତୀ ଜଣଙ୍କ ତାଙ୍କୁ ଛୁରୀ ଭୁସି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

   Related Posts