ସ୍ମାର୍ଟ ଫୋନ ନଦେବାରୁ ରାସ୍ତା ଉପରେ ପ୍ରେମିକକୁ ୫୨ ଚାପୁଡ଼ା ମାରିଲେ ପ୍ରେମିକା : ଭିଡିଓରେ ଭାଇରାଲ

Published By : Prameya-News7 Bureau | May 28, 2019 IST

ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ଜନ୍ମ ଦିନ, ବାର୍ଷିକ ଉତ୍ସବ କିମ୍ବା ଆଉ କୌଣସି ଜରୁରୀ ଦିନରେ କୌଣସି ଉପହାର ନ ଦିଅନ୍ତି ତାହେଲେ ଆପଣ ତାଙ୍କ ସହ କିଭଳି ବ୍ୟବହାର କରିବେ ? ଅବଶ୍ୟ ଆପଣ ରାଗିଯିବେ, କିମ୍ବା ଅଭିମାନ କରି ଦିନେ ଦୁଇଦିନ କଥା ହେବେ ନାହିଁ । ଅଥବା ରାଗିଯାଇ ଗାଳି କରିବେ କିମ୍ୱା ଝଗଡା କରିବେ । କିନ୍ତୁ ଚୀନରେ ଜଣେ ଯୁବତୀ ନିଜ ପାର୍ଟନରଙ୍କୁ ଏମିତି ଏକ ଦଣ୍ଡ ଦେଲେ ଆପଣ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ମେ ୨୦ ତାରିଖରେ ଚୀନରେ ଭାଲେଣ୍ଟାଇନ ଡେ ପାଳନ କରାଯାଏ । ଭାଲେଣ୍ଟାଇନ ଦିନ ଚୀନରେ ଏମିତି ଏକ ଘଟଣା ଘଟିଲା ଯାହାକୁ ନେଇ ଚର୍ଚ୍ଚା ହେଉଛି । ଘଟଣା ମୋବାଇଲ ଓ ସିସିଟିଭିରେ କଏଦ ହୋଇଛି । ଯୁବତୀ ନିଜ ପ୍ରେମିକକୁ ଲଗାତାର ଚାପୁଡ଼ା ମାରୁଥିବା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

{"id":116870,"width":577,"height":440}

ଯୁବତୀ ଯୁବକଙ୍କୁ ଚାପୁଡ଼ା ମାରୁଥିବା ଦେଖି ସେଠାରେ ଲୋକଙ୍କ ଭିଡ ଜମିଯାଇଥିଲା । ଖବରପାଇ ଘଟଣାସ୍ଥଳରେ ପୋଲିସକର୍ମୀ ମଧ୍ୟ ପହଂଚିଥିଲେ । ବୁଝାଇବା ପାଇଁ ପୋଲିସକର୍ମୀ ଯୁବକ ଯୁବତୀଙ୍କୁ ନିଜ ସହ ଥାନାକୁ ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଯୁବକ ପୋଲିସଙ୍କୁ ଅନୁରୋଧ କରିଥିଲେ ସେ ତାଙ୍କ ପ୍ରେମିକାଙ୍କୁ ଥାନାକୁ ନନେଇ ଛାଡି ଦିଅନ୍ତୁ ।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସ୍ଥାନୀୟଲୋକଙ୍କୁ ପଚରାଉଚୁରା କରିଥିଲା । ସ୍ଥାନୀୟଲୋକେ କହିଥିଲେ ଯେ, ଯୁବତୀ ନିଜ ପ୍ରେମିକଙ୍କୁ ୫୨ ଚାପୁଡ଼ା ମାରିଥିଲେ । ଉଭୟ କହିଥିଲେ ଯେ, ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ହୋଇଥିଲା ।

{"id":116872,"width":578,"height":441}

ଏହାପରେ ସମ୍ପୂର୍ଣ ଘଟଣା ଜଣାପଡିଥିଲା । ସୂଚନା ଅନୁଯାୟୀ, ଯୁବତୀ ଅନେକ ଦିନରୁ ନିଜ ପ୍ରେମିକଙ୍କୁ ଆର୍ଥିକ ସହାୟତା କରି ଆସୁଥିଲେ । କିନ୍ତୁ ଭାଲେଣ୍ଟାଇନ ଦିନ ମଧ୍ୟ ତାଙ୍କ ପ୍ରେମିକ ତାଙ୍କ ପାଇଁ ଏକ ସ୍ମାର୍ଟ ଫୋନ ତାଙ୍କୁ ଉପହାର କରିନଥିଲେ । ଯେଉଁଥିପାଇଁ ସେ ଭୀଷଣ ରାଗି ଯାଇଥିଲେ । ସେ ନିଜ ରାଗ ନିୟନ୍ତ୍ରଣ କରିପାରିନଥିଲେ ।

wp:html
/wp:html

ଯୁବକ ନିଜ ପ୍ରେମିକାଙ୍କୁ ଅନୁମତି ଦେଇଥିଲେ ଯେ, ସେ ତାଙ୍କୁ ଚାପୁଡ଼ା ମାରନ୍ତୁ । କାରଣ ସେ ତାଙ୍କ ଭୁଲ ସ୍ୱୀକାର କରିଥିଲେ । ଏହାପରେ ହିଁ ଯୁବତୀ ନିଜ ପ୍ରେମିକଙ୍କୁ ଚାପୁଡ଼ା ମାରିଥିଲେ ।

{"id":116877,"width":584,"height":456}

ଉଭୟ ଯୁବକ ଯୁବତୀ ପୋଲିସକୁ ପ୍ରତିଶୃତି ଦେଇଛନ୍ତି ଯେ, ସାର୍ବଜନିକ ସ୍ଥାନରେ ସେମାନେ ଆଗକୁ ଆଉ ଏହିଭଳି ଭୁଲ କରିବେନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.