Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରେମ ଆଗରେ ସବୁ ତୁଚ୍ଛ : ପ୍ରେମିକଙ୍କ ପତ୍ନୀଙ୍କୁ ପ୍ରେମିକା କହିଲେ ‘ମୋର ସବୁ ସମ୍ପତ୍ତି ନେଇଯାଅ, ତୁମ ସ୍ବାମୀଙ୍କୁ ମୋତେ ଦେଇଦିଅ’

1/05/2020 at 10:32 PM

ଭୋପାଳ ୧।୫: ଜଣେ ୫୭ ବର୍ଷ ବୟସ୍କ ସରକାରୀ ମହିଳା ଅଧିକାରୀ ୪୫ ବର୍ଷ ବୟସ୍କ ସହକର୍ମୀଙ୍କୁ ଭଲ ପାଉଥିଲେ । ଏମିତି ହେଲା ଯେ ଦିନେ ମହିଳା ଜଣଙ୍କ ତାଙ୍କ ସହକର୍ମୀଙ୍କ ଘରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ, ମୋର ସବୁ ସମ୍ପତ୍ତି ନେଇଯାଅ ତୁମ ସ୍ବାମୀଙ୍କୁ ମୋତେ ଦେଇଦିଅ । ଏଭଳି ଏକ ରୋଚକ ପ୍ରେମକାହାଣୀ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ସରକାରୀ ବିଭାଗରେ ଏକ ପ୍ରମୁଖ ପଦବୀରେ ଅବସ୍ଥାପିତ ଜଣେ ମହିଳା ସରକାରୀ କର୍ମଚାରୀଙ୍କ ସ୍ବାମୀଙ୍କର ୧୦ ବର୍ଷ ପୂର୍ବେ ମୃତ୍ୟୁ ଘଟିଛି । ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ବୋହୂ ମଧ୍ୟ ତାଙ୍କୁ ଅସମ୍ମାନ କରିବାକୁ ଲାଗିଲେ । ଏଭଳି ପରିସ୍ଥିତିରେ ତାଙ୍କ ସହ କାମ କରୁଥିବା ୪୫ ବର୍ଷ ବୟସ୍କ ସହକର୍ମୀଙ୍କ ସହ ତାଙ୍କର ଘନିଷ୍ଠତା ବଢିଥିଲା ।

କରୋନା ଭାଇରସ ଯୋଗୁଁ ଦେଶବ୍ୟାପୀ ଚାଲିଥିଲା ଲକ୍ ଡାଉନ୍ ଯୋଗୁଁ ମହିଳା ଜଣଙ୍କ ଏକୁଟିଆ ହୋଇଯାଇଥିଲେ । ଫଳରେ ସେ ତାଙ୍କ ସହକର୍ମୀ ପ୍ରେମିକଙ୍କ ଘରେ ପହଞ୍ଚିଯାଇଥିଲେ । ସଂପୃକ୍ତ ସହକର୍ମୀଙ୍କ ପତ୍ନୀ ତାଙ୍କୁ ସେଠାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳା ଅଧିକାରୀ ତାଙ୍କ ପ୍ରେମିକଙ୍କ ପତ୍ନୀଙ୍କୁ କହିଥିଲେ ଯେ, ତାଙ୍କର ସହୁ ସମ୍ପତ୍ତି ନେଇ ତାଙ୍କ ସ୍ବାମୀଙ୍କୁ ତାଙ୍କୁ ଦେବାକୁ କହିଥିଲେ । ଏହା ଶୁଣି ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା । ପରେ ମହିଳାଙ୍କ ବୋହୂ ମଧ୍ୟ ସେଠାରେ ପହଞ୍ଚିଥିଲେ ।

ଏହାପରେ ଘଟଣା ଭୋପାଳ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲା । ଯେତେବେଳେ ସଂପୃକ୍ତ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେ ମହିଳାଙ୍କୁ ଏକୁଟିଆ ଛାଡି ପାରିବେ ନାହିଁ ସେତେବେଳେ ମାମଲା କୋର୍ଟରେ ପହଞ୍ଚିଥିଲା । ସଂପୃକ୍ତ ସହକର୍ମୀଙ୍କ ପତ୍ନୀ କହିଛନ୍ତି ଯେ, ବିବାହର ୧୪ ବର୍ଷ ପରେ ସ୍ବାମୀ ତାଙ୍କୁ ପ୍ରତାରଣା କରିଛନ୍ତି । ସେ ତାଙ୍କୁ କେବେବି କ୍ଷମା କରିପାରିବେ ନାହିଁ  ।

   Related Posts