ପ୍ରେମ ହେଲା କାଳ : ପ୍ରେମିକା ବିବାହ କରିବାକୁ ମନା କରିବାରୁ ଆତ୍ମହତ୍ୟା କଲା ଯୁବକ
16/06/2020 at 12:27 PM

ଇନ୍ଦୋର ୧୬/୬ : ପ୍ରେମିକା ବିବାହ କରିବାକୁ ମନା କରିବାରୁ ଜଣେ ଯୁବକ ମାନସିକ ଅବସାଦଗ୍ରସ୍ତ ହୋଇ ନିଜ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତକଙ୍କ ମୋବାଇଲ୍ ଫୋନ୍ ଜବତ କରିଥିଲା ଯେଉଁଥିରେ ଏକ ଭିଡିଓ ରେକର୍ଡ଼ କରାଯାଇଥିଲା। ନିଜ ମୃତ୍ୟୁ ପୂର୍ବରୁ ମୃତକ ଏହି ଭିଡିଓ କରିଥିଲେ। ଏହି ଅଭାବନୀୟ ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ।

ଭିଡିଓରେ ମୃତ ଯୁବକ କହୁଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା,ପ୍ରେମିକାଙ୍କ ବଡ଼ ଭଉଣୀ ଏବଂ ତାଙ୍କ ଭିଣୋଇ ଦାୟୀ ଅଟନ୍ତି। ଆପଣମାନେ ତାଙ୍କଠୁ ମୃତ୍ୟୁର ପ୍ରତିଶୋଧ ନେବେ।

ପୋଲିସ୍ ବର୍ତ୍ତମାନ ଭିଡିଓର ଯାଞ୍ଚ କରୁଛି। ପୋଲିସ୍ ଶବକୁ ଫାଶୀ ଖୁଣ୍ଟରୁ ତଳକୁ ଓହ୍ଲାଇ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଛି। ଘରେ କେହି ନଥିବାବେଳେ ଆକାଶ ରଘୁବଂଶୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ।

ଆକାଶ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ କିନ୍ତୁ ଯୁବତୀଙ୍କ ଭିଣୋଇ ଏବଂ ଭଉଣୀ ତାଙ୍କ ସହ ବିବାହକୁ ବିରୋଧ କରୁଥିଲେ। ଫଳରେ ଆକାଶ ମାନସିକ ଅବସାଦରେ ରହୁଥିଲେ।