Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଗ୍ୟାଙ୍ଗଷ୍ଟର ସକିଲର ବାନ୍ଧବୀ ଗିରଫ : ବିଲଡରଙ୍କୁ ଡାକି କରିଥିଲା ଆକ୍ରମଣ, ୨୦୧୪ରୁ ଲେଡି ଡନ୍

25/10/2021 at 4:31 PM

କଟକ ୨୫।୧୦: ଗ୍ୟାଙ୍ଗଷ୍ଟର ସକିଲର ଜଣେ ବାନ୍ଧବୀଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଜଣେ ବିଲଡରଙ୍କୁ ଆକ୍ରମଣ ଅଭିଯୋଗରେ ସକିଲର ବାନ୍ଧବୀ ମାନସୀ ନାୟକଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ମାନସୀଙ୍କୁ ବାନ୍ଧିଛି ପୋଲିସ । ତେବେ ୨୦୧୪ ମସିହାରେ ମାନସୀଙ୍କ ନାମରେ ଏକ ହତ୍ୟାକାଣ୍ଡ ମାମଲା ରହିଥିବା ବେଳେ ବେଲରେ ଆସି ସକିଲ ପାଇଁ କାର୍ଯ୍ୟ କରୁଥିଲା ମାନସୀ ।

ଗ୍ୟାଙ୍ଗଷ୍ଟର ସକିଲର ପୁଣି ଜଣେ ବାନ୍ଧବୀ ତଥା ସହଯୋଗୀକୁ ବାନ୍ଧିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକ ଅଞ୍ଚଳର ମାନସୀ ନାୟକ । ଜଣେ ବିଲଡର ତଥା ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗରେ ମାନସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଲବାଗ ଥାନା ପୋଲିସ । ଗତ ୧୯ ତାରିଖରେ ଶିଶୁଭବନ ନିକଟରେ ବ୍ୟବସାୟୀଙ୍କୁ ବ୍ୟକ୍ତିଗତ ଶତ୍ରୁତାରୁ ନେଇ ମାନସୀ ଡାକିବା ପରେ ତାଙ୍କୁ ସେହିଠାରେ ଆକ୍ରମଣ କରାଯାଇଥିଲା । ତେବେ ଏହି ଘଟଣାରେ ପୂର୍ବରୁ ସକିଲର ଦୁଇ ସହଯୋଗୀ ଗୋଲି ଓ ନବାବକୁ ଗିରଫ କରାଯାଇଥିବା ବେଳେ ମାନସୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ମାନସୀ ନାୟକ ନାମରେ ପୂର୍ବରୁ ହତ୍ୟାକାଣ୍ଡ ଭଳି ସଙ୍ଗୀନ ମାମଲା ରହିଛି । ୨୦୧୪ ମସିହାରେ ଛତିଆ ଅଞ୍ଚଳରେ ଏକ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ରହି ଜେଲ୍ ଯାଇଥିଲା ମାନସୀ । ଆଉ ସେହିଠାରୁ ହିଁ ସକିଲ ସହ ମାନସୀର ପରିଚୟ ଆରମ୍ଭ ହୋଇଥିଲା । ତେବେ ମାନସୀ ହତ୍ୟାକାଣ୍ଡ ଘଟଣାରେ ବେଲରେ ଆସି କଟକର ଜଣେ ବ୍ୟବସାୟୀଙ୍କ ପାଖରେ କାର୍ଯ୍ୟ କରୁଥିଲା । ତାପରେ ମାନସୀ ସକିଲର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି ଡିସିପି । ମାନସୀ ସକିଲ ପାଇଁ କେଉଁ କାର୍ଯ୍ୟ କରୁଥିଲେ ଓ ଆଉ କେଉଁ ମାମଲାରେ ସଂପୃକ୍ତି ଅଛି ସେ ନେଇ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି ।

   Related Posts