୪ମାସ ହେବ ନିଖୋଜ ଥିବା ପୋଲିସ୍ କନଷ୍ଟେବଳଙ୍କ ଫିଟିଲା ହତ୍ୟା ଗୁମର : ଭିଣୋଇଙ୍କ ଘର ଉଜାଡ଼ି ବନ୍ଧୁ ସହ ମିଶି ହତ୍ୟା କଲା ଶାଳୀ

Published By : Prameya-News7 Bureau | December 19, 2019 IST

ବୁନ୍ଦି ୧୯/୧୨: ୪ମାସରୁ ନିଖୋଜ ଥିବା ବୁନ୍ଦି ପୋଲିସ କନଷ୍ଟେବଲ୍ ଅଭିଷେକ ଶର୍ମାଙ୍କ ଗଳିତ ଶବ ମାଧୋପୁର ଜିଲ୍ଲାର ବୌଲିରୁ ଉଦ୍ଧାର କରାଯାଇଛି। କନଷ୍ଟେବଲଙ୍କ ସମ୍ପର୍କୀୟ ଶାଳୀ ଏବଂ ପ୍ରେମିକା ତାର ବନ୍ଧୁ ସହ ମିଶି ହତ୍ୟା କରିବା ପରେ ଶବକୁ ମାଟିରେ ପୋତି ଦେଇଥିଲା।

{"id":199610,"sizeSlug":"large"}

ବୁନ୍ଦି ବାସିନ୍ଦା କନଷ୍ଟେବଲ୍ ଅଭିଷେକ ଶର୍ମା(୩୦) ୧୧ବର୍ଷ ପୂର୍ବରୁ ପୋଲିସରେ ନିଯୁକ୍ତ ହୋଇଥିଲେ। ଅଗଷ୍ଟ ୨୮ତାରିଖରେ ଘରୁ ଡ୍ୟୁଟି ଯିବାପାଇଁ ବାହାରିଥିଲେ କିନ୍ତୁ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ସେପ୍ଟେମ୍ବର ୫ତାରିଖରେ ର ଅଭିଷେକଙ୍କ ନିଖୋଜ ଥିବା ଅଭିଯୋଗ କରିଥିଲେ। ଅଭିଷେକଙ୍କ ପରିବାରଲୋକେ ତାଙ୍କ ଶ୍ବଶୁର ଘର ଏବଂ ଶ୍ୟାମାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଶ୍ୟାମା ଅଭିଷେକଙ୍କ ପତ୍ନୀଙ୍କ ପିଉସୀଙ୍କ ଝିଅ। ପୋଲିସ୍ ଯାଞ୍ଚ କରିବାରୁ ଶ୍ୟାମାଙ୍କ ସହ ଅଭିଷେକଙ୍କ ସମ୍ପର୍କ ଥିବା କଥା ଜଣାପଡ଼ିଥିଲା।

ପୋଲିସ୍ ପ୍ରମାଣ ଖୋଜିବା ପରେ ଶ୍ୟାମାଙ୍କୁ ପଚରାଉଚୁରା କରିବାରୁ ସେ ତାଙ୍କ ବନ୍ଧୁ ନଭେଦଙ୍କ ସହ ମିଶି ଅଭିଷେକଙ୍କୁ ହତ୍ୟା କରିଥିବା କଥା ମାନିଥିଲେ। ଏହା ପରେ ପୋଲିସ୍ ଗତକାଲି ଉଭୟଙ୍କୁ ଗିରଫ କରି ଶବ ଅଭିଷେକଙ୍କ ଶବ ବାହାର କରିଥିଲେ ଯାହା କଙ୍କାଳ ହୋଇଯାଇଥିଲା। ଶବଟି ପାଖାପାଖି ୧୧୦ଦିନ ପୁରୁଣା ବୋଲି କୁହାଯାଉଛି। ପଚରାଉଚୁରା କରିବାରୁ ଜଣା ପଡ଼ିଥିଲା ଯେ ଦୁହେଁ ମିଶି ଅଗଷ୍ଟ ମାସରେ ଅଭିଷେକଙ୍କୁ ହତ୍ୟା କରି ପୁରୁଣା ମହଲ ନିକଟରେ ପୋତି ଦେଇଥିଲେ।

ଅଭିଷେକଙ୍କ ଭଉଣୀ କହିଥିଲେ ଯେ ସେ କେବେ ଭାବିନଥିଲେ ଯେ ତାଙ୍କ ଭାଇ ଏପରି ଷଡ଼ଯନ୍ତ୍ରରେ ଫସିବେ। ଶ୍ୟାମା ପ୍ରଥମେ ତାଙ୍କ ଘର ଉଜାଡ଼ି ଥିଲେ ତା’ପରେ ତାଙ୍କୁ ହତ୍ୟା କରିଥିଲେ।

ଅଭିଷେକଙ୍କ ମାଆ କହିଥିଲେ ଯେ କିଛି ବର୍ଷ ତଳେ ଶ୍ୟାମା ଅଭିଷେକଙ୍କ ଘରେ ୨୦ଦିନ ରହିଯାଇଥିଲେ। ଏଠାରେ ରହିବା ବେଳେ ଅଭିଷେକଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା। ଏବିଷୟରେ ଜଣାପଡ଼ିବାରୁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ସ୍ତ୍ରୀ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ। ଦିବ୍ୟା ୪/୫ମାସରୁ ତାଙ୍କ ବାପଘରେ ରହୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.