Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଅନ୍ୟ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକକୁ ଦଣ୍ଡ ଦେଲା ପ୍ରେମିକା: ଗୋଡ ହାତ ବାନ୍ଧି ପଥରରେ ଛେଚି କଲା ହତ୍ୟା

13/06/2021 at 3:33 PM

ଜବଲପୁର ୧୩/୦୬ : ମଧ୍ୟପ୍ରଦେଶର ଜବଲପୁରରୁ ବିବାହର ଚାରି ଦିନ ପରେ ନିଖୋଜ ଯୁବକଙ୍କ କଙ୍କାଳ ମେ ୨୪ ରେ ଘରୁ ୧୫ କିଲୋମିଟର ଦୂରରେ ଥିବା ଜଙ୍ଗଲରୁ ମିଳିଥିଲା । ସେହି ସମୟରେ ଯୁବକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରିଥିଲା ଓ ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ଏହି ମାମଲାରେ ଏକ ନୂଆ ଖୁଲାସା ହୋଇଛି । ମାମଲା ସାମ୍ନାକୁ ଆସିବା ପରେ ପୋଲିସର ହୋସ ଉଡିଯାଇଛି । ଯୁବକଙ୍କୁ ତାଙ୍କ ପ୍ରେମିକା ଜଙ୍ଗଲରେ ହତ୍ୟା କରିଥିବା ଜଣାପଡିଛି ।

ପୋଲିସର ତଦନ୍ତରୁ ଜଣାପଡିଛି ଯେ ଯୁବକ ଆତ୍ମହତ୍ୟା କରିନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ହତ୍ୟାକାରୀ ଆଉ କେହି ନୁହେଁ ତାଙ୍କ ପ୍ରେମିକା । ଯୁବତୀ ନିଜ ଭଉଣୀ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିଲେ।

ହତ୍ୟା ପଛରେ ଆଶ୍ଚର୍ଯ୍ୟଜନକ କାରଣ ସାମ୍ନାକୁ ଆସିଛି । ମୃତ ଯୁବକ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାଙ୍କୁ ବିବାହ ନକରି ଆଉ ଜଣକୁ ବିବାହ କରିଥିଲେ ଯେଉଁଥିପାଇଁ ତାଙ୍କ ପ୍ରେମିକା ରାଗି ଯାଇଥିଲେ। ଏହା ପରେ ସେ ପ୍ରତିଶୋଧ ନେବା ପାଇଁ ଯୋଜନା କଲେ ଓ ଯୁବକଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ମେ ୧୬ ରେ ସେ ନିଜ ପ୍ରେମିକକୁ ଶେଷ ଥର ପାଇଁ ଦେଖାକରିବାକୁ ଚାହୁଁଛନ୍ତି ବୋଲି କହି ଜଙ୍ଗଲକୁ ଡାକିଥିଲେ । ସେଠାରେ ସେ ତାଙ୍କ ସହ କିଛି ଆଡଭେଞ୍ଚର କରିବାକୁ ଚାହୁଁଛନ୍ତି କହି ଯୁବକଙ୍କ ହାତ, ଗୋଡ ଓ ପାଟି ବାନ୍ଧି ଦେଇଥିଲେ । ତା’ପରେ ସେ ତାଙ୍କୁ ଓଲଟେଇ ଶୁଆଇଦେଇ ତାଙ୍କ ମୁଣ୍ଡ ଓ ମୁହଁକୁ ଛେଚି ହତ୍ୟା କରିଥିଲେ ।

ଏଏସପି ଶିବ ସିଂହ ବାଗେଲଙ୍କ ଅନୁଯାୟୀ, ମେ’ ୨୪ ତାରିଖରେ ହରଗଡ ଜଙ୍ଗଲରେ ଏକ କଙ୍କାଳ ମିଳିଥିଲା । କଙ୍କାଳର କିଛି ଦୂରରେ ତାଙ୍କ ବାଇକ୍ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବାଇକ୍ ନମ୍ବରରୁ ଯୁବକ ସିହୋରାର ବାସିନ୍ଦା ସୋନୁ ପଟେଲ ବୋଲି ଜଣାପଡିଥିଲା। ସୋନୁ ମେ ୧୨ ରେ ବିବାହ କରିଥିଲେ ବୋଲି ଜଣାପଡିଥିଲା । ବିବାହର ଚାରି ଦିନ ପରେ ମେ’ ୧୬ ରେ ସେ ଘରୁ ବାହାରି ମୋବାଇଲ୍ ମରାମତି ପାଇଁ ସିହୋରା ଯିବେ ବୋଲି କହିଥିଲେ। ସେବେଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଘରଲୋକ ଥାନାରେ ନିଖୋଜ ମାମଲା ରୁଜ୍ଜୁ କରିଥିଲେ ।

ମେ’ ୨୪ ରେ ହରଗଡ ଜଙ୍ଗଲରୁ ମିଳିଥିବା ମୃତ ଦେହର ପୋଷ୍ଟମର୍ଟମ ଏବଂ FSL ରିପୋର୍ଟରୁ ହତ୍ୟା ହୋଇଥିବା ସ୍ପଷ୍ଟ ହେବାପରେ ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା। ମୃତକଙ୍କ ନବ ବିବାହିତା ପତ୍ନୀଙ୍କୁ ପୋଲିସ ପଚରାଉଚୁରା କରିଥିଲା | ସେ କହିଥିଲେ ଯେ ସୋନୁ ନିଜ ମହିଳା ବନ୍ଧୁ ମଧୁଙ୍କୁ ଦେଖା କରିବାକୁ ଯାଇଥିଲେ । ପୋଲିସ ସୋନୁଙ୍କ କଲ ରେକଡିଂ ଯାଞ୍ଚ କରିଥିଲା ଓ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ସୋନୁ ଶେଷଥର ମଧୁଙ୍କ ସହ କଥା ହୋଇଥିଲେ । ଏହାପରେ ପୋଲିସ ମଧୁ ଓ ତାଙ୍କ ଭଉଣୀଙ୍କୁ ଡାକି କଠୋର ପଚରାଉଚରା କରିବାପରେ ଉଭୟେ ନିଜ ଅପରାଧ ସ୍ୱୀକାର କରିଥିଲେ ।

   Related Posts