ପ୍ରେମିକକୁ ଘରକୁ ଡ଼ାକି ବିଷପିଆଇ ହତ୍ୟାକଲା ଯୁବତୀ, କଣଥିଲା କାରଣ ଆସନ୍ତୁ ଜାଣିବା...

Published By : Prameya-News7 Bureau | March 31, 2019 IST

କାନପୁର ୩୧/୩- ପ୍ରେମପାଇଁ ବଳିପଡ଼ିଲା ଯୁବକ  । ଯୁବତୀ ଘରକୁ ଡ଼ାକି ପ୍ରେମିକକୁ ବିଷ ପିଆଇ କଲା ହତ୍ୟା  ।

ଏଭଳି ଅଭାବନୀୟ ଘଟଣା ପାଇଁ ପରିବାର ପକ୍ଷରୁ ଥାନାରେ ଆଣିଛନ୍ତି ଅଭିଯୋଗ  । ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ପରେ ପୋଲିସ ଯୁବତୀଙ୍କୁ ଡ଼ାକି ପଚରାଉଚରା କରିଛି ।

କାନପୁର ନବାଗଂଜର ଅଙ୍କିତ ନାମକ ଜଣେ ଯୁବକ ଏକ ପ୍ରିଣ୍ଟିଂ ପ୍ରେସରେ କାମ କରୁଥିଲେ । ସେହି ଅଂଚଳର ଖୁସବୁ ନାମକ  ଜଣେ ଯୁବତୀଙ୍କ ସହ ତାଙ୍କର ପରିଚୟ ହେବାପରେ ପ୍ରେମ ହୋଇଥିଲା । ବିବାହ କରିବାକୁ ମଧ୍ୟ ସ୍ଥିର ହୋଇଥିଲା । ବିବାହ ବାବଦରେ ଉଭୟ ପରିବାର ପକ୍ଷରୁ ସେମିତି କିଛି ପ୍ରତିବନ୍ଧକ ନଥିଲା । ସେଥିପାଇଁ ଖୁସବୁ ଘରକୁ ଅଙ୍କିତ ଯିଵାଆସିବା କରିପାରୁଥିଲା । ଏହି ଯିବା ଆସିବାକୁ କେହି ମଧ୍ୟ ବିରୋଧ କରୁ ନଥିଲେ ।

ଘଟଣାର ସଂଧ୍ୟାରେ ଖୁସବୁ ଫୋନକରି ଅଙ୍କିତକୁ ଡ଼ାକିଥିଲା । ଅଙ୍କିତ ଆସିବାପରେ ସେମାନେ ବହୁତ ସମୟ ଧରି କଥାବାର୍ତ୍ତା ହୋଇଥିଲେ  । ବିବାହ କରିବାକୁ ଖୁସବୁ ସବୁବେଳେ ବାଧ୍ୟ କରୁଥିଲେ ବି ଅଙ୍କିତ କିଛି ଶୁଣୁ ନଥିଲା ।

ଅନ୍ୟପକ୍ଷରେ ଅଙ୍କିତ ଅନେକ ସମୟ ଧରି ଘରକୁ ନ ଫେରିବା କାରଣରୁ ଘର ଲୋକଙ୍କ ମନରେ ଆସିଥିଲା ସନ୍ଦେହ । ପରିବାରଲୋକ ବାଧ୍ୟହୋଇ ଖୁସବୁ ଘରକୁ ଯାଇଥିଲେ । ସେଠାରେ ଅଙ୍କିତ ବେହୋସ ହୋଇ ପଡ଼ିଥିବା କଥା ଦେଖିଥିଲେ । ପରିବାର ଲୋକ ଅଙ୍କିତକୁ ତୁରନ୍ତ ଡ଼ାକ୍ତରଖାନାକୁ ନେଇଯାଇଥିଲେ । ଡ଼ାକ୍ତର ଅଙ୍କିତକୁ ମୃତ ଘୋଷଣା କରିଥିଲେ ।

ଅଙ୍କିତ ମୃତ୍ୟୁକୁ ପରିବାର ଲୋକ ଠିକଭାବରେ ଗ୍ରହଣ କରିପାରିନାହାଁନ୍ତି । ଯୁବତୀ ଓ ତାଙ୍କ ପରିବାର ଲୋକ ମାରିଦେଇଥିବା ଥାନାରେ ଆଣିଛନ୍ତି ଅଭିଯୋଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.