ବାରାଣାସୀ ୧୬/୧- ରଂ ନମ୍ବରରୁ ପ୍ରେମ । ପ୍ରେମରୁ ଶାରୀରିକ ସଂପର୍କ । ଶାରୀରିକ ସଂପର୍କରୁ ବ୍ଲାକମେଲିଂ । ଏହି ଘଟଣାକୁ ନେଇ ପ୍ରେମିକା କରିଛି ହତ୍ୟା ପ୍ରେମିକକୁ ।
ଏହିଭଳି ଘଟଣା ଘଟିଛି ଚନ୍ଦବକ୍ ବଜାର ଅଂଚଳରେ । ଜଣେ ପ୍ରେମିକା ନିଜର ପୁରୁଷବନ୍ଧୁକୁ କରିଛି ହତ୍ୟା । ଶିବମ୍ ନାମକ ଯୁବକ ରଂନମ୍ବରରେ ଚନ୍ଦବକ୍ ବଜାରର ଜଣେ ଯୁବକଙ୍କ ପ୍ରେମ ସଂପର୍କରେ ଆସିଥିଲେ । ୩ବର୍ଷର ଭଲପାଇବା ଭିତରେ ବିବାହ କରିବାକୁ କହି ଯୁବକ ଅନେକଥର ଶାରୀରିକ ସଂପର୍କ ଯୁବତୀଙ୍କ ସହ ରଖିଥିଲା । ଶାରୀରିକ ସଂପର୍କ ରଖିବାବେଳେ ସୁଟିଂ କରି ରଖିଥିବା ଅଶ୍ଳୀଳ ଭିଡ଼ିଓକୁ ଯୁବକ ବାରମ୍ବାର ଦେଖାଇ ବ୍ଲାକମେଲ କରି ଶାରୀରିକ ସଂପର୍କ ରଖୁଥିଲା ।
ଘଟଣାଦିନ ଯୁବତୀଙ୍କ ବାପା ଘରେ ନଥିବା ଜାଣି ଶିବମ୍ ତାଙ୍କ ଘରକୁ ଆସିଥିଲା । ଯୁବତୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲା । ଯୁବତୀ ଏହି କଥାରେ ରାଜି ନ ହେବାରୁ ସେ ଭିଡ଼ିଓ ଭାଇରାଲ କରିଦେବା କଥା କହିଥିଲା । ଫଳରେ ଯୁବତୀ ଉତକ୍ଷିପ୍ତ ହୋଇ ଘରେ ପଡ଼ିଥିବା ଲୁହା ରଡ଼୍ ରେ ପିଟିଥିଲା । ଘଟଣାସ୍ଥଳରେ ଯୁବକଙ୍କ ଅତ୍ୟଧିକ ରକ୍ତପାତ ଯୋଗୁଁ ମୃତ୍ୟୁ ହୋଇଥିଲା ।
ଯୁବତୀଙ୍କ ଘରୁ ପାଟିତୁଣ୍ଡ ଶୁଣି ପଡ଼ୋଶୀ ରୁଣ୍ଡ ହୋଇଥିଲେ । ଏ ବାବଦରେ ପୋଲିସକୁ ଜଣାଇବା ପରେ ପୋଲିସ ଯୁବତୀକୁ ଗିରଫ କରିବା ଶହ ବ୍ୟବଚ୍ଚେଦ ପାଇଁ ପଠାଇ ଦେଇଥିଲା ।