Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପ୍ରେମିକା ଦେଖା କରିବାକୁ ରାଜି ନହେବାରୁ ଆତ୍ମହତ୍ୟା କଲା ପ୍ରେମିକ

17/07/2019 at 1:44 PM

ପାଟନା ୧୭/୭: ପାଟନାରେ କାରରୁ ଉଦ୍ଧାର ହୋଇଥିବା ଯୁବକର ଶବ ମାମଲାରେ ପୋଲିସ୍ ମୃତ ଯୁବକର ଗର୍ଲଫ୍ରେଣ୍ଡକୁ ଗତକାଲି ଘଣ୍ଟା ଘଣ୍ଟା ଧରି ପଚରାଉଚୁରା କରିଛି। ଗତ ରବିବାର ଦିନ ବୃଦ୍ଧା କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କ ଶବ କାରରୁ ମିଳିଥିଲା। ତଦନ୍ତ କରିବା ପରେ ପୋଲିସ୍ ଏହି ମାମଲାକୁ ଆତ୍ମହତ୍ୟା ଭାବି ମାମଲା ରୁଜୁ କରିଥିଲା।

ପୋଲିସ୍ ତଦନ୍ତରୁ ଯୁବକଙ୍କ ସୂଚନା ମିଳିଥିଲା। ମୃତକ ଯୁବକଙ୍କ ନାଁ ରୂପକ। ସେ ପଟେଲ ନଗରର ପାଟନାରେ ରହୁଥିଲେ।

ଘର ଲୋକ ଏବଂ ଅନ୍ୟାନ୍ୟ ସ୍ଥାନରୁ ସୂଚନା ହାସଲ କରିବା ପରେ ପୋଲିସ୍ ରୂପକଙ୍କ ଗାର୍ଲଫ୍ରେଣ୍ଡକୁ ଘଣ୍ଟାଏ ଧରି ପଚରାଉଚୁରା କରିଥିଲା।

ରୂପକଙ୍କ ନାବାଳିକା ଗାର୍ଲଫ୍ରେଣ୍ଡ କହିଥିଲେ ଯେ ତାଙ୍କ ବନ୍ଧୁତା ଫେସବୁକ୍ ମାଧ୍ୟମରେ ହୋଇଥିଲା।

କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ଥିଲା। ରୂପକ ତାଙ୍କୁ ଦେଖା କରିବାକୁ ଡାକିଥିଲେ କିନ୍ତୁ ସେ ଯାଇନଥିଲେ।

ପ୍ରେମିକା ଏହା ମଧ୍ୟ କହିଥିଲେ ଯେ ସକାଳେ ସେ ଟ୍ୟୁସନ ଯାଇଥିବାବେଳେ ରୂପକ  ପାର୍କ ପାଖରେ କାରରେ ବସିଥିଲା। ଫେରିବାବେଳେ ମଧ୍ୟ କାର ପାର୍କ ପାଖରେ ଥିଲା। କିଛି ସମୟ ପରେ ସେ ପୁଣି ପାର୍କ ପାଖକୁ ଯାଇ ଦେଖିବାବେଳେ କାର ପାଖରେ ଭିଡ଼ ଜମିଥିଲା। ସେତେବେଳେ ସେ ରୂପକଙ୍କ ସାଙ୍ଗଙ୍କୁ ଡାକି ଏହାର ସୂଚନା ଦେଇଥିଲେ।

   Related Posts