Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନ୍ୟ ଯୁବକଙ୍କ ସହ ଯୁବତୀଙ୍କର ଥିଲା ସଂପର୍କ, ପ୍ରେମିକ ଜାଣିବାରୁ କ୍ଷୀରରେ ବିଷ ମିଶାଇଦେଲା ପ୍ରେମିକା

25/08/2019 at 12:53 PM

କୋଲକତା ୨୫|୮: କୋଲକତା ଦକ୍ଷିଣ ୨୪ପ୍ରାଗଣାରେ କୈନିଙ୍ଗରେ ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ବିଷ ଦେଇଥିବା ଅଭିଯୋଗ ହୋଇଛି । ପ୍ରେମିକଙ୍କ ନାଁ ହେଉଛି ଅମୀରୁନ । ତାଙ୍କ ବୟସ ୨୫ବର୍ଷ ବୋଲି ଜଣାପଡିଛି । ଅମୀରୁନଙ୍କୁ କୈନିଙ୍ଗ ମହାତ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଜଣାପଡିଛି ।

ଅମୀରୁନଙ୍କ ପରିବାରଲୋକ କହିଛନ୍ତି ଯେ, ବାସନ୍ତୀ ଅଞ୍ଚଳ କାଲିପଦ ମୋଡ ନିକଟରେ ରହୁଥିବା ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା । ଶନିବାର ସନ୍ଧ୍ୟାରେ ସଂପୃକ୍ତ ଯୁବତୀ ଜଣଙ୍କ ଫୋନ୍ କରି ଅମୀରୁନଙ୍କୁ ତାଙ୍କ ଘରକୁ ଡାକିଥିଲେ । ସେଠାରେ ତାଙ୍କୁ କ୍ଷୀରରେ ବିଷ ମିଶାଇ ପିଇବାକୁ ଦେଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି ।

କ୍ଷୀର ପିଇବାର କିଛି ସମୟ ପରେ ଅମୀରୁନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା । ସେ ଯନ୍ତ୍ରଣାରେ ଛଟପଟ ହୋଇ ଘର ବାହାରକୁ ପଳାଇଆସିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଏପରି ଅବସ୍ଥାରେ ଦେଖି କୈନିଙ୍ଗ ମହାତ୍ମା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଘଟଣା ପରେ ସଂପୃକ୍ତ ଯୁବତୀ ଜଣଙ୍କ ଫେରାର ହୋଇଯାଇଛନ୍ତି ।

ଅମୀରୁନଙ୍କ ମା ସେଲିମା ମୋଲ୍ଲା ଅଭିଯୋଗ କରିଛନ୍ତି ଯେ, ସଂପୃକ୍ତ ଯୁବତୀଙ୍କର ଅନ୍ୟ ଯୁବକଙ୍କ ସହ ପ୍ରେମ ସଂପର୍କ ଥିଲା । ସେଥିପାଇଁ ସେ ଅମୀରୁନଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କୁ ବିଷ ଦେଇଛି । ପରିବାରଲୋକଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

   Related Posts