ପ୍ରେମିକଙ୍କ ଆତ୍ମହତ୍ୟାର ୧୫ଦିନ ପରେ କିଶୋରୀ କଲେ ଆତ୍ମହତ୍ୟା : ସୁଇସାଇଡ ନୋଟରେ ଯାହା ଲେଖିଥିଲେ ଶୁଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ

Published By : Prameya-News7 Bureau | October 22, 2019 IST

ମିରଟ ୨୨/୧୦: ଉତ୍ତରପ୍ରଦେଶର ମିରଟରେ ଏକ ପ୍ରେମ କାହାଣୀର ଦୁଃଖଦ ଅନ୍ତ ହୋଇଯାଇଛି। ପ୍ରେମିକ ଆତ୍ମହତ୍ୟା କରିବାର ୧୫ଦିନ ପରେ କିଶୋରୀ ଗତକାଲି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ସୁଇସାଇଡ ନୋଟରେ କିଶୋରୀ ତାଙ୍କ ପ୍ରେମିକଙ୍କ ଶବ ପାଖରେ ତାଙ୍କ ଶବ ପୋତିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପୋଲିସ୍ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

 ଫଲାବଦା ଅଞ୍ଚଳର ଏକ ଗାଁରେ ଗତକାଲି ଜଣେ ୧୬ବର୍ଷ ବୟସ୍କା କିଶୋରୀ ତାଙ୍କ ରୁମର କବାଟ ବନ୍ଦକରି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଘଟଣା ସମୟରେ କିଶୋରୀଙ୍କ ପରିବାର ଲୋକେ ଅନ୍ୟ କାମ କରୁଥିଲେ। ପରିବାର ଲୋକେ ସେଠାକୁ ପହଞ୍ଚିବା ଯାଏଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଘଟଣାସ୍ଥଳରେ ପୋଲିସ୍ ଆସି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା।

ପୋଲିସ୍ ତାଙ୍କ ରୁମରୁ ଏକ ସୁଇସାଇଡ ନୋଟ୍ ଜବତ କରିଥିଲା। ମୃତ ଯୁବକ କିଶୋରୀଙ୍କ ଭଉଣୀଙ୍କ ଦିଅର ଥିଲେ। ସୂଚନା ଅନୁଯାୟୀ,ପାଖାପାଖି ୧୫ଦିନ ତଳେ ଯୁବକ ଆତ୍ମହତ୍ୟା କରିଥିଲେ। କୁହାଯାଉଛି ପ୍ରେମରେ ବିଫଳ ହେବାରୁ କିଶୋରୀ ଆତ୍ମହତ୍ୟା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.