୨୩ଜଣ ବନ୍ଧୁଙ୍କୁ ନେଇ ଡେଟ୍‌ରେ ପହଞ୍ଚିଲା ଗାର୍ଲଫ୍ରେଣ୍ଡ : ରେଷ୍ଟୁରାଣ୍ଟରେ ବିଲ୍ ଦେଖି ଖସି ପଳାଇଲା ବୟଫ୍ରେଣ୍ଡ

Published By : Prameya-News7 Bureau | October 21, 2020 IST

ଝେଜିୟାଙ୍ଗ୍ ୨୧/୧୦: ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ଡେଟ୍ ଯିବା ସାଧାରଣ କଥା କିନ୍ତୁ ଚୀନରେ ଜଣେ ଯୁବକଙ୍କୁ ନିଜ ଗର୍ଲଫ୍ରେଣ୍ଡଙ୍କୁ ଡେଟ୍‌ରେ ଡାକିବା ମହଙ୍ଗା ପଡ଼ିଛି। ଯୁବକଙ୍କ ଗର୍ଲଫ୍ରେଣ୍ଡ ନିଜ ୨୩ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ନେଇ ରେଷ୍ଟୁରାଣ୍ଟକୁ ପହଞ୍ଚିଥିଲେ ଯାହା ପରେ ଲମ୍ବା ବିଲ୍ ଦେଖି ତାଙ୍କ ପ୍ରେମିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

{"id":348490,"sizeSlug":"large"}

ଚୀନର ଝେଜିୟାଙ୍ଗ ଅଞ୍ଚଳରେ ସୋସିଆଲ୍ ମିଡିଆ ଏବଂ ଫୋନ୍ ଜରିଆରେ ପରସ୍ପରର ନିକଟତର ହୋଇଥିବା ଯୋଡ଼ି ବ୍ଲାଇଣ୍ଡ ଡେଟ୍‌ର ପ୍ଳାନ୍ କରିଥିଲେ ଏବଂ ଏଥିପାଇଁ ଏକ ରେଷ୍ଟୁରାଣ୍ଟକୁ ବାଛିଥିଲେ। ଏଠାରେ ଉଭୟଙ୍କ ପ୍ରଥମ ସାକ୍ଷାତ ହେବାର ଥିଲା।

ଯୁବକ ନିର୍ଦ୍ଧାରିତ ସମୟ ପୂର୍ବରୁ ରେଷ୍ଟୁରାଣ୍ଟକୁ ପହଞ୍ଚିଥିଲେ ଏବଂ ନିଜ ପ୍ରେମିକାଙ୍କୁ ଭେଟିବାର ପ୍ରସ୍ତୁତି କରିଥିଲେ। ସେହି ଯୁବକଙ୍କ ପ୍ରେମିକା ଡେଟ୍‌କୁ ଆସିଥିଲେ କିନ୍ତୁ ଏକୁଟିଆ ନୁହେଁ ବରଂ ନିଜର ୨୩ଜଣ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ।

ପ୍ରଥମେ ସବୁ ଠିକ୍ ଥିଲା ଏବଂ ସେମାନେ ପରସ୍ପର ସହ ଭେଟିଥିଲେ ଏବଂ ଏକାଠି ଖାଇଥିଲେ। ଏହା ପରେ ଯେତେବେଳେ ରେଷ୍ଟୁରାଣ୍ଟ ତରଫରୁ ଯୁବକଙ୍କୁ ବିଲ୍ ଦିଆଯାଇଥିଲା ସେତେବେଳେ ଏହାକୁ ଦେଖି ପ୍ରେମିକ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଏବଂ ସେଠାରୁ ଫେରାର ହୋଇଯାଇଥିଲା।

ଯୁବକଙ୍କୁ ପାଖାପାଖି ୧୯୮୦୦ୟୁଆନ ଅର୍ଥାତ୍ ୨ଲକ୍ଷ ୧୭ହଜାର ଟଙ୍କାର ବିଲ୍ ଦେବାକୁ ପଡ଼ିଥାନ୍ତା ଯାହାକୁ ଦେଖି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଯୁବକ ସେଠାରୁ ଖସି ପଳାଇବାକୁ ଉଚିତ୍ ମନେ କରିଥିଲେ।

ଯୁବତୀଙ୍କ କହିବାନୁସାରେ ସେ ପ୍ରେମିକଙ୍କ ଉଦାରତା ଯାଞ୍ଚ କରିବା ପାଇଁ ବ୍ଲାଇଣ୍ଡ ଡେଟ୍‌ରେ ନିଜ ୨୩ଜଣ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ଆସିଥିଲେ। ଯୁବକ ଫେରାର ହୋଇଯିବା ପରେ ଯୁବତୀଙ୍କୁ ରେଷ୍ଟୁରାଣ୍ଟର ବିଲ୍ ଦେବାକୁ ପଡ଼ିଥିଲା। ପରେ ଯୁବତୀ ଯୁବକଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ କରିଥିଲେ। କିନ୍ତୁ ଯୁବକ କେବଳ ୨ଟି ଟେବୁଲର ବିଲ୍ ଦେବାକୁ ରାଜି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.