ପ୍ରେମିକୁ ମାରି ତା ମାଂସ ରୋଷେଇ କରି ଶ୍ରମିକଙ୍କୁ ଖାଇବାକୁ ଦେଲା ପ୍ରେମିକା : ଜାଣନ୍ତୁ କାରଣ କଣ

Published By : Prameya-News7 Bureau | November 21, 2018 IST

ମରକ୍କୋ ୨୧/୧୧ : ଜଣେ ମହିଳା  ତାଙ୍କ ପ୍ରେମିକକୁ ହତ୍ୟା କରିବା ପରେ ଶବକୁ କାଟି, ରୋଷେଇ କରି ଶ୍ରମିକମାନଙ୍କୁ ଖାଇବାକୁ ଦେଇଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଏଭଳି ସାଂଘାତିକ ଘଟଣା ଘଟିଛି  ୟୁନାଇଟେଡ ଆରବ ଏମିରେଟ୍ସର ମରକ୍କୋରରେ । ସୂଚନାଯୋଗ୍ୟ ଯେ, ଗତ ୭ବର୍ଷ ହେଲା ଜଣେ ଯୁବକଙ୍କ ସହ ଏହି ମହିଳାଙ୍କ ପ୍ରେମ ସମ୍ପର୍କ ଥିଲା | ପ୍ରେମିକ ଜଣକ ମହିଳାଙ୍କୁ ବିବାହ ନକରି ଆଉଜଣକୁ ବିବାହ କରିବେ ବୋଲି କହିବାରୁ ମହିଳା ଜଣକ ଉତ୍ୟକ୍ତ ହୋଇ ତାଙ୍କୁ ନିଜ ଘରେ ହତ୍ୟା କରିଥିଲେ | ହତ୍ୟା ପରେ ସେ ପ୍ରେମିକର ଶବକୁ ଛୋଟ ଛୋଟ କରି କାଟିଥିଲେ ଏବଂ କାଟିବା ପରେ ତାକୁ ଗ୍ରାଇଣ୍ଡ କରିଥିଲେ | ଏହାପରେ ସେ ସେହି ମାଂସକୁ ରୋଷେଇ କରିଥିଲେ | ସେଠାକାର ଏକ ପାରମ୍ପରିକ ଖାଦ୍ୟ  ଭାତ ଏବଂ ମାଂସ ତରକାରୀ ରୋଷେଇ କରି ସେ ପାକିସ୍ତାନୀ ଶ୍ରମିକମାନଙ୍କୁ ଖାଇବାକୁ ଦେଇଥିଲେ | ଘଟଣାରେ କିଛି ଦିନ ପରେ ମୃତ ପ୍ରେମିକଙ୍କ ଭାଇ ଥାନାରେ ନିଜ ଭାଇ ନିଖୋଜ ଥିବା ନେଇ ରିପୋର୍ଟ କରିଥିଲେ | ରିପୋର୍ଟ ଆଧାରରେ ପୋଲିସ ମହିଳାଙ୍କ ଘରକୁ ଯାଇ ପଚରାଉଚୁରା କରିଥିଲା | ତେବେ ମହିଳା କହିଥିଲେ ଯେ, ସେ ତାକୁ ଘରୁ ବାହାର କରିଦେଇଛନ୍ତି ଏବଂ ସେ କୋଉଠି ଅଛି ସେ ଜାଣିନାହାନ୍ତି | ତେବେ ତଦନ୍ତ ଏବଂ ଘର ଯାଂଚବେଳେ ପୋଲିସ ମହିଳାଙ୍କ ଗ୍ରାଇଣ୍ଡରରୁ ଏକ ମଣିଷଦାନ୍ତ ଜବତ କରିଥିଲା | ଡିଏନଏ ଟେଷ୍ଟରୁ ଜଣାପଡିଥିଲା ଯେ, ଦାନ୍ତଟି ସେହି ଯୁବକଙ୍କର | ଏହାପରେ ପୋଲିସ ମହିଳାଙ୍କୁ ଗିରଫ କରିଥିଲା | ଗିରଫ ହେବାପରେ ମହିଳା କହିଥିଲେ ଯେ, ସେ ହିଁ ଏସବୁ ପାଗଳାମିରେ କରିଛନ୍ତି । କାରଣ ଦୀର୍ଘ ୮ ବର୍ଷ ହେଲା ସେ ପ୍ରେମ କରୁଥିବା ଯୁବକର ସବୁ ଦାୟିତ୍ବ ନେଉଥିଲେ । କିନ୍ତୁ ଶେଷରେ ସେ ଆଉ ଜଣଙ୍କୁ ବିବାହ ପାଇଁ ମନ ବଳାଇଥିଲେ । ଏହାକୁ ସେ ହଜମ କରିପାରିନଥିଲେ ।  ସେଥିପାଇଁ  ପ୍ରେମିକକୁ ହତ୍ୟା କରି ନିଜ ମନକୁ ଶାନ୍ତ କରିଛନ୍ତି । ତାଙ୍କ ପ୍ରେମିକ ଅନ୍ୟ କାହାସହ ରହିବାକୁ ସେ ବରଦାସ୍ତ କରିପାରିନଥାନ୍ତେ । ଯୁବକଙ୍କୁ ହତ୍ୟା କରିବାରେ ମହିଳାଙ୍କୁ ଅନ୍ୟ କେହି ସହଯୋଗ କରିଛନ୍ତି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.