ପୁଣି ପ୍ରେମ ପାଇଁ ଏସିଡ୍ ଆଟାକ୍ : କଟକରେ ଯୁବକଙ୍କ ଉପରେ ଯୁବତୀ ଏସିଡ୍ ପିଙ୍ଗିଥିବାର ଅଭିଯୋଗ

Published By : Prameya-News7 Bureau | November 27, 2019 IST

କଟକ ୨୭/୧୧: ପ୍ରେମରେ ବିଫଳ ହେଲା ପରେ ପ୍ରେମିକା ଉପରକୁ ଏସିଡ୍ ମାଡ଼ ଖବର ଆପଣ ଅନକେ ଶୁଣିଥିବେ । କିନ୍ତୁ କଟକ ଜଗତପୁର ଶିକାରୀସାହି ଅଞ୍ଚଳରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି । ପ୍ରତାରଣାର ଶିକାର ହୋଇଥିବା ପ୍ରେମିକା ପ୍ରତିଶୋଧ ପରାୟଣ ହୋଇଛି । ଆଉ ଶେଷ ଥର ପାଇଁ ଦେଖା କରିବାକୁ ଡାକି ପ୍ରେମିକ ଅଲେଖ ବାରିକଙ୍କ ଉପରକୁ ଏସିଡ୍ ମାଡ଼ କରିଛି ।

{"id":190780,"sizeSlug":"large"}

ଅଲେଖଙ୍କ ଆଖି, ଛାତି, ପେଟ ପୋଡ଼ି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍.ସି.ବି ମେଡିକାଲରେ ଭର୍ତ୍ତି କରାଯାଇଛି । ଅଲେଖ ଶିକାରୀସାହିରେ ଏକ ସେଲୁନ୍ କରିଛନ୍ତି । ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ଦେଢ଼ ବର୍ଷ ହେଲା ସମ୍ପର୍କ ଥିଲା ।

{"id":190781,"sizeSlug":"large"}

କିନ୍ତୁ ଅଲେଖ ତାଙ୍କ ସହ ପ୍ରତାରଣା କରି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ସଜବାଜ ହେଉଥିଲେ । ଏହି ଘଟଣାରେ ମର୍ମାହତ ହୋଇ ଯୁବତୀ ଜଣଙ୍କ ଏସିଡ୍ ମାଡ଼ କରିଥିବା ପୋଲିସ କହିଛି । ଘଟଣାରେ ପୋଲିସ ଯୁବତୀ ଏବଂ ତାଙ୍କ ମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.