ଅଧା ରହିଗଲା ବରଣମାଳା ପିନ୍ଧା : ବାହାବେଦୀରେ ପହଞ୍ଚିଗଲା ପ୍ରେମିକା, ବରକୁ ନେଇ ମାରିଲା ଚମ୍ପଟ

Published By : Prameya-News7 Bureau | December 10, 2020 IST

ଲକ୍ଷ୍ନୌ ୧୦।୧୨: ଧୁମ୍‌ଧାମ୍‌ରେ ଚାଲିଥିଲା । ଅଧାରେ ଅଟକିଗଲା ବାହାଘର । ପ୍ରେମିକର ବାହାଘରରେ ପହଞ୍ଚିଗଲା ପ୍ରେମିକା ।  କିଛି ସମୟ ଧରି ଚାଲିଲା ହଙ୍ଗାମା, ଏବଂ ପରେ ନିଜ ପ୍ରେମିକକୁ କାର୍‌ରେ ନେଇ ଚାଲିଗଲା ପ୍ରେମିକା । ଶେଷରେ ବିନା ବୋହୂରେ ଘରକୁ ଫେରିଛନ୍ତି ବରଯାତ୍ରୀ । ଯାହାକି ପୁରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି ଏପରି ଘଟଣା ।  

ଖବର ଅନୁଯ।ୟୀ, ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ବାସିନ୍ଦା ନିଜ ବାହାଘରର ବରଯାତ୍ରୀ ନେଇ ଲକ୍ଷ୍ନୌର କାକେରୀ ଥାନା ଖାନପୁର ମଉ ଗାଁରେ ପହଞ୍ଚିଥିଲେ । ବିବାହ ପାଇଁ ମଣ୍ଡପ ମଧ୍ୟ ସଜା ସରିଥିଲା। କିଛି ସମୟ ପରେ ବରଣାମାଳ ପିନ୍ଧାଯାଇଥାନ୍ତ ଏବଂ ତାପରେ ସାତ ଜନ୍ମକୁ ସାଥୀ ରଖି ବେଦୀର ଚାରିପଟେ ସାତ ଘରେ ବୁଲିଥାନ୍ତେ ।  ବିବାହରେ ବର-କନ୍ୟା ବରଣମାଳ ପିନ୍ଧାଇବା ପୂର୍ବରୁ ଘଟିଥିଲା ଏକ ଅଘଟଣ । ଯିଏକି କେବେବି ଭାବି ନଥିବା , କି ବିଶ୍ୱାସ ବି କରିପାରିବ ନାହିଁ । ଏପରି କିଛି ହେବ ବୋଲି ।

ହଠାତ୍‌ ଏହି ସମୟରେ ଫିଲ୍ମ ଷ୍ଟାଇଲ୍‌ରେ ଜଣେ ଝିଅ ଏଣ୍ଟ୍ରି କରିଥିଲେ । ଯାହାକୁ ଦେଖି ବରର ହୋସ ଉଡିଯାଇଥିଲା । କାହିଁକି ନା ଝିଅଟି ହେଉଛି ବରର ପ୍ରେମିକା । ସେ ବିବାହ ଉତ୍ସବରେ ପହଞ୍ଚି ବହୁଜୋରରେ ପାଟି କରିଥିଲା । ବରଯାତ୍ରୀକୁ ମନଇଚ୍ଛା ଗାଳି କରିଥିଲା । ପ୍ରେମିକା ଜଣଙ୍କ କୋର୍ଟର କିଛି କାଗଜପତ୍ର ଦେଖାଇଥିଲେ । ଏହାପରେ ବିବାହ ମଣ୍ଡପରୁ ବରକୁ  ନେଇ ଚାଲିଯାଇଥିଲେ । ବାହାରେ ଥିବା ଏକ କାର୍‌ରେ ବରକୁ ନେଇଯାଇଥିଲା ।  ଯାହାପରେ ବାହାଘର ଅଧାରେ ରହିଯାଇଥିଲା ।  ବରଯାତ୍ରୀ ନିଜ ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ ।

ସେପଟେ ଝିଅର ବାପାଙ୍କ ମୁତାବିକ, ପୁଅ, ସେ ଝିଅ ଏବଂ ଆର ଘର ଲୋକଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି । ବର୍ତ୍ତମାନ ପାଇଁ ବିବାହ ସ୍ଥଗିତ ରଖାଯାଇଛି । ଏହି ମାମଲାରେ କୌଣସି ପକ୍ଷରୁ ଥାନାରେ ଅଭିଯୋଗ ହୋଇନାହିଁ । ପୋଲିସ ମୁତାବିକ, ବର୍ତ୍ତମାନ ପର୍ଯ୍ୟନ୍ତ ଏପରି କୌଣସି ମାମଲାର ଅଭିଯୋଗ ଆସାନାହିଁ । ଯଦି ଆସିବ ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ପୋଲିସ ଜଣାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.