Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ପରିବାରର ୭ଜଣଙ୍କୁ ବିଷ ଦେଇ ବୟଫ୍ରେଣ୍ଡ୍ ସହ ଫେରାର ହେଲେ ଯୁବତୀ, ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିଲେ ପ୍ରେମିକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

13/09/2019 at 12:23 PM

ମୁରାଦାବାଦ୧୩|୯: ଉତ୍ତର ପ୍ରଦେଶର ମୁରାଦାବାଦ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।ଜଣେ ଯୁବତୀ ତାଙ୍କ ପ୍ରେମିକ ସହ ଫେରାର ହେବା ପାଇଁ ପରିବାରର ୭ଜଣ ସଦସ୍ୟଙ୍କ ଖାଇବାରେ ବିଷ ମିଶାଇ ଦେଇଥିଲା।ପ୍ରେମିକ ସହ ଫେରାର୍ ହେବା ପାଇଁ ଯୁବତୀ ଏକ ପ୍ରୟୋଜିତ ଷଡ଼ଯନ୍ତ୍ର ତିଆରି କରିଥିଲେ। ଭାଗ୍ୟବଶତଃ ବିଷର ପରିମାଣ କମ୍‌ ଥିବାରୁ ପରିବାର ଲୋକ କେବଳ ବେହୋସ ହୋଇଯାଇଥିଲେ। ଚିକିତ୍ସା ପାଇଁ ପରିବାରର ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା ମୁତାବକ ପରିବାରର ୭ ଜଣ ସଦସ୍ୟ ଏବେ ସୁରକ୍ଷିତ ଅଛନ୍ତି। ଏହି ଘଟଣାରେ ସଂପୃକ୍ତ ଯୁବତୀ ଓ ତାଙ୍କ ପ୍ରେମିକ ନାଁରେ ପୋଲିସ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ଯେ. ଗତ ସେପ୍ଟେମ୍ବର ୧୦ ତାରିଖରେ ମୈନାଠେର ଥାନା ଅଞ୍ଚଳରେ ଏହିଭଳି ଘଟଣା ଘଟିଛି।ଯୁବତୀଙ୍କ  ଦୁଇ ଭଉଣୀ, ମାଆ, ଦୁଇ ଭାଇ, ଭାଉଜ ଓ ଭଣଜାଙ୍କ ଖାଦ୍ୟରେ ଯୁବତୀ ବିଷ ମିଶାଇ ଦେଇଥିଲା।ପରିବାରର ଲୋକ ବିଷାକ୍ତ ଖାଦ୍ୟ ଖାଇବା ପରେ ବେହୋସ ହୋଇଯାଇଥିଲେ। ତା ପରେ ପୂର୍ବ ଷଡ଼ଯନ୍ତ୍ର ମୁତାବକ ପ୍ରେମିକ ସହ ଯୁବତୀ ଫେରାର ହୋଇଯାଇଥିଲା।

ପୋଲିସର ସୂଚନା ମୁତାବକ, ଯୁବତୀଙ୍କ ଭଲ ପାଇବାକୁ ପରିବାର ଲୋକ ବିରୋଧ କରୁଥିଲେ।ସେ ଯାହାକୁ ଭଲ ପାଉଥିଲେ ପରିବାରର ସଦସ୍ୟ ତାଙ୍କୁ ପସନ୍ଦ କରୁନଥିଲେ।ପୂର୍ବରୁ ସଂପୃକ୍ତ ଯୁବକ ବିରୋଧରେ ପରିବାର ଲୋକ ଦୁଷ୍କର୍ମ ଅଭିଯୋଗ କରିଥିଲେ।ସେଥିଲାଗି ସେ ଜେଲ ମଧ୍ୟ ଯାଇଥିଲେ। ଜେଲରୁ ବାହାରି ପରେ ପୁଣି ଯୁବତୀଙ୍କୁ ଫୋନ  ଓ ମେସେଜ କରିବା ସେ ଆରମ୍ଭ କରିଦେଇଥିଲା।

ଏସପି ଉଦର ଶଙ୍କର  କହିଛନ୍ତି ଯେ, ଯୁବତୀଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି।ଏହା ସହ ପରିବାରର ୭ ସାତ ଜଣ ସଦସ୍ୟ ମଧ୍ୟରୁ ଦୁଇଜଣଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯାଇଛି। ପ୍ରେମି ଯୁଗଳଙ୍କ ଲୋକେସନ ଟ୍ରାକ କରୁଛି ପୋଲିସ। ଏବେ ସୁଦ୍ଧା ସେମାନଙ୍କ ପତ୍ତା ମିଳି ପାରି ନାହିଁ।

   Related Posts